Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡରାଇଲାଣି ବାତ୍ୟା : ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବ ! ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ

ଭୀଷଣ ବାତ୍ୟାର ରୂପ ନେବ ଘୂର୍ଣ୍ଣିଝଡ଼। ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର IMD। 2୮ ଓ ୨୯ ତାରିଖ ରାତିରେ ଲ୍ୟାଣ୍ଡଫଲ କରି ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଜଳଭଣ୍ଡାର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବସିଥିଲା ବୈଠକ। ବାତ୍ୟାର ସମ୍ଭାବ୍ୟ ସ୍ଥିତି ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ। ଗଜପତି ଜିଲ୍ଲାର ହରଭଂଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ 90 ପ୍ରତିଶତକୁ ଅଣାଯାଇଛି। ଆବଶ୍ୟକ ପଡିଲେ ଆହୁରି ଖାଲି ହେବ। ପ୍ରଭାବିତ ଆଶଙ୍କା କରାଯାଉଥିବା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ