Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଉନି ଗ୍ରାମ ରେ ଦୀପୋତ୍ସବ ରେ ସାଂସ୍କୃତିକ ସନ୍ଧ୍ୟା,ସମ୍ମାନିତ ହେଲେ ପ୍ରତିଭା ‘ଘୁମୁରା’ ରେ ଝୁମିଳେ ଦର୍ଶକ।

କଳାହାଣ୍ଡି,୨୬/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସିଉନୀଠାରେ ଦୀପୋତ୍ସବ ୨୦୨୫ ପାଳନ ଅବସରରେ ଶନିବାର ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡାନ୍ସ ଓ ‘ଘୁମୁରା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ କୋକସରି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟବକ୍ତା, ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ସୌରବ କୁମାର ବେହେରା, କିର୍ତ୍ତୀ ରଞ୍ଜନ ବେହେରା, ବିଜେପି ନେତା ଗୋପିଚନ ନାଏକ, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ନବ ନିର୍ମିତ ମା’ ଠାକୁରାଣୀ ମଞ୍ଚ ଉଦଘାଟନ କରାଯାଇଥିଲା।
ଦୀପୋତ୍ସଵ ଅବସରରେ ଉପସ୍ଥିତ ଅତିଥିମାନେ ଦିପୋତ୍ସଵ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଅଞ୍ଚଳ ପାଇଁ ଏକ ନୂତନ ସମ୍ଭାବନା ନେଇ ଆରମ୍ଭ କର ଯାଇଛି, ଏହା କେବଳ ସାଂସ୍କୃତିକ ମଞ୍ଚ ନୁହେଁ ଭାଇଚାରା, ଭାବ ଆଦାନ ପ୍ରଦାନ ସହ ଆମର ଲୋକ କଳାକାର ଙ୍କ ପାଇଁ ନୂତନ ସମ୍ଭାବନା ନେଇ ଆସିଛି ବୋଳି କହିଥିଲେ। ଏହା ପରେ ଅତିଥି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ ର ଶୁଭାରମ୍ଭ କରିଥିଲେ। ଠାକୁରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପକ୍ଷରୁ ଯୁବନେତା ତଥା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ସମାଜ ସେବା ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ସ୍ବେଚ୍ଛାକୃତ ରକ୍ତଦାନ ନିମନ୍ତେ ଖଗେଶ୍ବର ନାଏକ, ରଞ୍ଜନ ବେହେରା, ଅବିନାଶ ପଣ୍ଡା, ବିରେନ୍ଦ୍ର ମାଝୀ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେକର୍ଡ ଡାନ୍ସ ଅନୁଷ୍ଠିତ ହୋଇଥିଲା। ଏହାପରେ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୭ଗୋଟି ଘୁମୁରା ଦଳ ଅଂଶଗ୍ରହଣ କରିଥିଲା। କଦଳୀମୁଣ୍ଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ମାଳପଡା ଓ ତୃତୀୟ ସ୍ଥାନ ବାନେର ଘୁମୁରା ଦଳ ଅଧିକାର କରିଥିଲା। ସାଂସ୍କୃତିକ ମଞ୍ଚକୁ ସୁଧୀର ଧଙ୍ଗଡାମାଝୀ ଓ ଇଶ୍ବରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିଲେ। ଅନୁଷ୍ଠାନର ସଭାପତି ସୁମନ୍ତ କୁମାର ପଣ୍ଡା, ସମ୍ପାଦକ ଭୁବନେଶ୍ୱର ଦିଶାରୀ, ସନାତନ ପଣ୍ଡା, ଅମିତ୍,ମଣ୍ଟୁ ନାଏକ,ନରେନ୍ଦ୍ର ଧଙ୍ଗଡାମାଝୀ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories