Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟାକୁ ନେଇ ରାଜଧାନୀରେ ଆଳୁ ଚଡକ; ଦର ନ ବଢାଇବାକୁ ମନ୍ତ୍ରୀଙ୍କର ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ଆସିନି କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିଲାନି। ବିଶେଷ କରି ଦୋକାନ ହାଟମାନଙ୍କରେ ଆଳୁ ଚଡକ ପଡିଛି। ଏମିତିକି ରାଜଧାନୀର ବଜାର ଘାଟରୁ ମଧ୍ୟ ଆଳୁ ଆଉ ଦେଖିବାକୁ ମିଳୁନାହିଁ । ଶନିବାର ସକାଳୁ ନେଇ ରବିବାର ଯାଏ କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନଥିବା ଜଣାପଡିଛି। ଫଳରେ ବଜାରକୁ ଆଳୁ କେମିତି ଯୋଗାଣ କରାଯିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବେପାରୀ।

ଗୋଟିଏ ପଟେ ବାତ୍ୟା ଭୟ ଏବଂ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ରବିବାର ଦିନ କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି। କିନ୍ତୁ ପୂର୍ବରୁ ଯେଉଁ ଆଳୁ ୨୦ ଟଙ୍କା ଓ ପିଆଜ ୨୫ଟଙ୍କା ଦରରେ ମିଳୁଥିଲା ତାହା ହଠାତ୍‌ ୫ ଟଙ୍କା ଲେଖାଏଁ ବଢିଯାଇଛି। ବାତ୍ୟା ପରିସ୍ଥିତିର ଲାଭ ଉଠାଇ ବେପାରୀମାନେ ଆଳୁର ଦର ବଢାଉଥିବା ଅଭିଯୋଗ କରିଛନ୍ତି ଗ୍ରାହକମାନେ। ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ ରାଜସ୍ୱ ମନ୍ତ୍ରୀ ବାତ୍ୟା ବେଳେ ଆଳୁର ଦର ନ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ଭୁବନେଶ୍ୱରରେ ଆଳୁ ଦର ଠିକ୍‌ଠାକ୍‌ ଥିଲା । ହାଟରେ ଆଳୁ କିଲୋପ୍ରତି ୨୦ଟଙ୍କାରେ ବିକ୍ରି ହେଉଥିଲା । ଚଳିତ ମାସରେ ଅନ୍ୟ ପରିବା ଦର ବଢ଼ିଥିଲେ ବେଳେ ଆଳୁ ଦର ସନ୍ତୋଷଜନକ ରହିଥିଲା । ହେଲେ ବାତ୍ୟା ନଆସୁଣୁ ଆଳୁକୁ ନେଇ ପୁଣି ଗୋଳମାଳ ଦେଖାଦେଇଛି । ପୂର୍ବରୁ କୋଲାକାତାରୁ ପ୍ରତିଦିନ ୨୦୦ରୁ ୩୦୦ଟନ୍‌ ଆଳୁ ଭୁବନେଶ୍ୱରକୁ ଆସୁଥିଲା । ପ୍ରତିଦିନ ଭୁବନେଶ୍ୱରରେ ୨୫୦ଟନ୍‌ ଆଳୁ ଆବଶ୍ୟକ ହେଉଥିବା ବେଳେ ପର୍ଯ୍ୟାପ୍ତ ଆଳୁ ବଜାରକୁ ଯାଉଥିଲା ।

କେବଳ ଭୁବନେଶ୍ୱରର ହାଟଘାଟରେ ନୁହେଁ ଆଖପାଖ ଥିବା ଅଂଚଳ ତଥା : ବାଲିଅନ୍ତା, ବାଲିପାଟଣା, ଚନ୍ଦକା, ଜଟଣୀ, ଖୋର୍ଦ୍ଧା, ପୁରୀ ଅଞ୍ଚଳକୁ ବି ଏଠାରୁ ଆଳୁ ଯାଏ । ହେଲେ କାଲିଠୁ କୋଲକାତାରୁ ଆଳୁଗାଡ଼ି ନଆସିବା ବ୍ୟବସାୟୀ ତଥା ଗୋଦାମ ମାଲିକଙ୍କ ଚିନ୍ତା ବଢ଼ାଇଦେଇଛି । ଯଦି ଆଗାମୀ ଦିନରେ ଗାଡ଼ି ନଆସେ ତେବେ ଆଳୁ ଦର ଆହୁରି ବଢ଼ିଯିବାର ଆଶଙ୍କା ଦେଖାଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ