Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶକ୍ତିଶାଳୀ ହେଉଛି ବାତ୍ୟା ମୋନ୍ଥା, ଆଠ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର,୨୭|୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥା ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହେଉଛି | ଏହା ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ | ଆସନ୍ତାକାଲି ରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥ| ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ମଧ୍ୟ ଦେଇ ଗତି କରିବ |

ଆଇଏମ୍‌ଡି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ , ଓଡ଼ିଶାର ଆଠଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ବେଶୀ ମାତ୍ରାରେ ରହିବ | ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଏବଂ କଳାହାଣ୍ଡି | ଏହି ସମୟରେ ପବନର ବେଗ ପ୍ରାୟ ୬୦ରୁ ୭୦ କିମି ରହିବ| ଅତି ବେଶିରେ ପବନର ବେଗ ୮୦ କିମି ପର୍ଯ୍ୟନ୍ତ ବଢିପାରେ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଓଡ଼ିଶାରେ ଏହାର ପ୍ରଭାବ ସବୁଠାରୁ ଅଧିକ ରହିବ | ବାତ୍ୟା ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବାର ସୂଚନା ରହିଛି | ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ | ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ | ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଥିବା ବେଳେ ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ବର୍ତ୍ତମାନ ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ଗୋପାଳପୁରଠାରୁ ୬୦୦କିଲୋମିଟର ଦୂରରେ ଅଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ବାହିନୀ ଏବଂ ଜରୁରୀ କାଳୀନ ସେବ| ଅଗ୍ନିଶମ ଡିଜିଙ୍କ କହିବା ଅନୁସାରେ, ଓଡ଼ିଶାରେ ଭୁସ୍କଳନ ବା ଲ୍ୟାଣ୍ଡ ସ୍ଲାଇଡ଼ ହେବା ସବୁଠାରୁ ବଡ଼ ସମସ୍ୟା ଭାବେ ଦେଖାଦେଇପାରେ | ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ ବୋଲି ଡିଜି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କଳିଙ୍ଗା ଘାଟି, ମାଲକାନଗିରିର କେତେକ ସ୍ଥାନ, ଥୁଆମୂଳ ରାମପୁରରେ ଏଭଳି ଲ୍ୟାଣ୍ଡ ସ୍ଲାଇଡ଼ ବା ମାଟି ଅତଡା ଖସୁଥିବାର ଦେଖାଯାଏ । ସେଥିପାଇଁ ସଜାଗ ହୋଇ ରହିଛି ଟିମ । ପାଣିରୁ ଉଦ୍ଧାର କରିବା ପାଇଁ ବ୍ୟାପକ ଡ଼ଙ୍ଗା ର ବ୍ୟବସ୍ଥା ହୋଇଛି । ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଫାୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ପୁରୀରେ ୧୦୦ ଲାଇଫଗାର୍ଡ ଅଛନ୍ତି । ସେହିପରି ଗୋପାଳପୁରରେ ମଧ୍ୟ ଲାଇଫଗାର୍ଡ ରହିଛନ୍ତି । ଗଜପତି, ମାଲକାନଗିରି, ବ୍ରହ୍ମପୁର, କୋରାପୁଟକୁ ୧୩୦ ଟି ଟିମ ଯାଇଛି । ଫାୟାର ଫାଇଟିଂ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ