Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ସୁନା ଡର, ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୧,୧୩,୦୦୦

ସୁନା ଓ ରୁପା ଦରରେ ହ୍ରାସର ଧାରା ଚଳିତ ସପ୍ତାହରେ ମଧ୍ୟ ଅବ୍ୟାହତ ରହିଛି। ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ଧାରାରେ ଉଭୟ ସୁନା ଓ ରୁପା ଶସ୍ତା ହେଉଛି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୧୫୦ ଟଙ୍କା ହ୍ରାସ ପାଇ ୧,୧୩,୦୦୦ ଟଙ୍କାକୁ ଖସିଆସିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୩୪୦ ଟଙ୍କା ହ୍ରାସ ପାଇ ୧,୨୩,୨୮୦ ଟଙ୍କା ହୋଇଛି।

ରୁପା କେଜି ଦାମ୍ ୧,୭୦,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଗତ ଧନତେରସ୍ ବେଳକୁ ରୁପା ଦାମ୍ ରେକର୍ଡ ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଇତି ମଧ୍ୟରେ ସେଥିରେ ୩୭ ହଜାର ଟଙ୍କାର ହ୍ରାସ ହୋଇଛି। ତେବେ ଲଗାତାର ତିନିଦିନ ଧରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପାର୍ବଣ ସମୟରେ ହଠାତ୍ ସୁନା ଓ ରୁପା ଦର ବଢ଼ିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚଢ଼ା ଶୁଳ୍କ ନୀତି, ଭୂରାଜନୈତିକ ସଙ୍କଟ ଓ ବାଣିଜ୍ୟ ନୀତିରେ ଅନିଶ୍ଚିତତା ଆଦି କାରଣ ପାଇଁ ନିବେଶକମାନେ ସୁନାରେ ନିବେଶ ବଢ଼ାଇଥିଲେ। ସେଥିପାଇଁ ଚଳିତ ବର୍ଷ ଗହଣା ତୁଳନାରେ ସୁନା ବାର୍ ଓ କଏନ୍ ଅଧିକ ବିକ୍ରି ହୋଇଥିଲା। ଏବେ ନିବେଶକମାନେ ଲାଭ ପାଇବା ଆଶାରେ ସୁନା ଓ ରୁପା ବିକ୍ରି କରୁଥିବାରୁ ଦାମ୍ କମ୍ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ