Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ‘ମୋନ୍ଥା’କୁ ନେଇ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। କୌଣସି ବି ଜୀବନ ହାନି ହେବ ନାହିଁ। ସରକାରଙ୍କ ଲକ୍ଷ୍ୟ ରହିଛି ଜିରୋ କାଜୁଆଲିଟି। ଏଥିପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳରେ ପ୍ରଭାବ ରହିବ। ୨୦୪୮ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ୮ ଜିଲ୍ଲାରେ ୧୧୩୯୬ ଜଣ ସ୍ଥାନାନ୍ତରିତ ହେଲେଣି। ୧୮୭୧ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୮୨୨ ଜଣ ସ୍ଥାନାନ୍ତର ହେବେ। ୩୦ ଓଡ୍ରାଫ ୧୨୩ ଅଗ୍ନିଶମ ୫ ଏନଡିଆରଫ ଟିମ ମୁତୟନ ହୋଇଛନ୍ତି। ଏହି ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକ ଅକ୍ଟୋବର ୨୮ରୁ ୩୦ ତାରିଖ ଯାଏଁ ବନ୍ଦ ରହିବ।ଏପଟେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଅକ୍ଟୋବର ୨୭ରୁ ବର୍ଷା ଆରମ୍ଭ ହୋଇ। ଅକ୍ଟୋବର ୩୦ ଯାଏଁ ଜାରି ରହିବ। ରାଜ୍ୟରେ ଥିବା ବନ୍ଦର ଗୁଡ଼ିକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରି ନିକଟତର ହେଉଛି। ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ମଛଲିପଟନମ କଳିଙ୍ଗପଟନମ କାକିନାଡ଼ା ଠାରେ ଲ୍ୟାଣ୍ଡ ଫଲ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ