ବାତ୍ୟା ମୋନ୍ଥାକୁ ନେଇ ଓଡ଼ିଶାବାସୀଙ୍କୁ ନବୀନଙ୍କ ସନ୍ଦେଶ
ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’କୁ ନେଇ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସୋସିଆଲ ମିଡିଆରେ ସେ ଭିଡ଼ିଓ ମାଧ୍ୟମରେ ସେ ସମସ୍ତ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି | ସେ କହିଛନ୍ତି ଯେ ବାତ୍ୟା ସମୟରେ ଭୟଭୀତ ନହୋଇ ସଜାଗ ରୁହନ୍ତୁ। ଆମେ ଅନେକ ବାତ୍ୟାର ମୁକାବିଲା କରିଛୁ, ଏଥର ମଧ୍ୟ କରିବା । ବର୍ତମାନର ସରକାରଙ୍କୁ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ନବୀନ । ଲୋକଙ୍କ ସହ ବିଜେଡି କର୍ମୀ ରହିବେ ବୋଲି ନବୀନ କହିଛନ୍ତି ।
ଆମର ବିଜେଡି କର୍ମୀମାନଙ୍କୁ ମୋର ଅନୁରୋଧ କରି କହିଛନ୍ତି ଯେ ,ଏ ବିପଦ ସମୟରେ ଆତଙ୍କିତ ନ ହୋଇ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ । ଆମେ ବର୍ତ୍ତମାନ ଏବଂ ଭବିଷ୍ୟତରେ ମଧ୍ୟ ଏକାଠି ହୋଇ ବିପଦକୁ ସାମ୍ନା କରିବା |

