Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହେଉଛି ବାତ୍ୟା ମୋନ୍ଥା

ଭୁବନେଶ୍ବର: ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହେଉଛି ବାତ୍ୟା ମୋନ୍ଥା। ଗତକାଲି ରାତି ପ୍ରାୟ ସାଢେ ୧୧ଟାରୁ ସାଢେ ୧୨ ମଧ୍ୟରେ ଆନ୍ଧ୍ର ଉପକୁଳକୁ ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ କାକିନାଡ଼ାର ଦକ୍ଷିଣରେ, ନରସାପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଛଅ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ।

ତେବେ ପ୍ରବଳ ବର୍ଷା ଏବଂ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବା ଫଳରେ ଗଛ ଉପୁଡ଼ି ପଡ଼ିଛି ଏବଂ ଅନେକ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା। ବାତ୍ୟା ମୋନ୍ଥା ଏବେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି ଏବଂ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ସକ୍ରିୟ ଅଛି। ଗତ ଛଅ ଘଣ୍ଟା ମଧ୍ୟରେ ଏହା ପ୍ରାୟ ୧୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି

ଆନ୍ଧ୍ର ପ୍ରଦେଶର ପଡ଼ୋଶୀ ରାଜ୍ୟ ଓଡ଼ିଶା ମଧ୍ୟ ବାତ୍ୟା ମୋନ୍ଥା ପାଇଁ ସତର୍କ ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ଦକ୍ଷିଣର ଆଠଟି ଜିଲ୍ଲାରେ ୨୦୦୦ ରୁ ଅଧିକ ବିପର୍ଯ୍ୟୟ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି। ଏପର୍ଯ୍ୟନ୍ତ ୧୧,୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସରକାର ଦେଓମାଳୀ ଏବଂ ମହେନ୍ଦ୍ରଗିରି ପାହାଡ଼ ଭଳି ପର୍ଯ୍ୟଟନସ୍ଥଳୀକୁ ପ୍ରବେଶ ନିଷେଧ କରିଛନ୍ତି ଏବଂ ବେଳାଭୂମିରେ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟର ୯ଟି ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ