ପୋଲିସ ଫୋର୍ସ ପାଇଁ ଖୁବ ଶୀଘ୍ର ଲାଗୁ ହେବ ୱାନ ନେସନ ୱାନ ୟୁନିଫର୍ମ ପଲିସି
ଭୁବନେଶ୍ୱର,୩୦|୧୦: ଖୁବ ଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ୱାନ ନେସନ ୱାନ ୟୁନିଫର୍ମ ପଲିସି | ଏଣିକି ଦେଶରେ ପୋଲିସ ମାନଙ୍କର ଗୋଟାଏ ପ୍ରକାରର ୟୁନିଫର୍ମ ରହିବ | ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ |
ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଚିଠି ଲେଖାଯାଇଛି । ନଭେମ୍ବର ୪ ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ |
ସରକାରୀ ବିଜ୍ଞପ୍ତି ଅନୁସାରେ, MHA କନଷ୍ଟେବଳ ପଦଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ପର୍ଯ୍ୟନ୍ତ ଉପରେ ତଥ୍ୟ ମଗାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଓଡ଼ିଶା ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଆବଶ୍ୟକୀୟ ସୂଚନା ସଂଗ୍ରହ ଏବଂ ପଠାଇବାକୁ ନିର୍ଦ୍ଦେଶ ଦେଇଛି।
ରିପୋର୍ଟ ମୁତାବକ, “ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ” ଦ୍ୱାରା ପ୍ରସ୍ତୁତ ଏକ ୟୁନିଫର୍ମ ଜାତୀୟ ନୀତି ଅଧୀନରେ ପୋଲିସ ପୋଷାକକୁ ମାନକୀକରଣ କରିବା ପାଇଁ ପ୍ରୟାସ ଚାଲିଛି | ଦେଶବ୍ୟାପୀ ଗ୍ରହଣ କରାଯାଇପାରୁଥିବା ୟୁନିଫର୍ମର ଏକକ ମଡେଲ ସୁପାରିଶ କରିବା ପାଇଁ BPR&Dକୁ ସାମଗ୍ରୀ, ରଙ୍ଗ, ଚିହ୍ନ ଏବଂ ମୂଲ୍ୟ କାରକଗୁଡ଼ିକର ଅଧ୍ୟୟନ କରିବାର ଦାୟିତ୍ୱ ଦିଆଯାଇଛି।

