ନଭେମ୍ବର ପହିଲାରୁ ଆରମ୍ଭ ହେବ ତହସିଲ ଅଫିସରେ ଜମି କିଣାବିକା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
ଭୁବନେଶ୍ୱର,୩୦|୧୦: ଏଣିକି ଜମି କିଣାବିକାକୁ ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ପହିଲାରୁ ତହସିଲ ଅଫିସରେ ଜମି କିଣାବିକା ହୋଇପାରିବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି | ତେବେ ଏହି ସେବାକୁ ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାରେ ଲାଗୁ କରାଯିବ | ପରେ ଏହି ସେବା ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ମିଳିବ|
ତେବେ ଅନଲାଇନରେ ମାଧ୍ୟମରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ ।

