କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ।
କଳାହାଣ୍ଡି,୩୦/୧୦
ରାଜ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୮ ରୁ ନଭେମ୍ବର ୦୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ଗୁରୁବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ସଭାଗୃହ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଭିଜିଲାନ୍ସ ବିଭାଗର ଡ଼ିଏସପି ପ୍ରଦୀପ କୁମାର ଆଇଣ୍ଡ , ସମ୍ମାନିତ ଅତିଥି ଭାବେ ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ବିଇଓ ମହେଶ କୁମାର ଭାଟି, ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର,ଭିଜିଲାନ୍ସ ବିଭାଗର ଷ୍ଟେନୋ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ବ୍ଲକ ର ଅଧିକାରୀ,କର୍ମଚାରୀ, କଲେଜ ର ଅଧ୍ୟାପକ, ଅଧ୍ୟାପିକା, ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ,ଡିଗ୍ରୀ ମହାବିଦ୍ୟାଳୟ ୟୁଥ ରେଡ଼କ୍ରସ ଛାତ୍ରଛାତ୍ରୀ ମାନେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସମସ୍ତେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଶପଥ ପାଠ କରିଥିଲେ। ଉପସ୍ଥିତ ଅଧିକାରୀ ମାନେ ଦୁର୍ନୀତି ଆମ ସମାଜ ର ଏକ ବ୍ୟାଧି, ଏହାକୁ ଆମେ ସ୍ୱର ଉତ୍ତୋଳନ ସହ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ବୋଳି କହିଥିଲେ ।କାର୍ଯ୍ୟକ୍ରମ କୁ ଜିପିଡ଼ିଓ ମିଲୁ ପ୍ରଧାନୀ ପରିଚାଳନା କରିଥିବା ବେଳେ ବିଇଓ ଶ୍ରୀ ଭାଟି ଧନ୍ୟବାଦ ଅର୍ପଣ କରିଥିଲେ।

