Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ପୋଲିସ ସବ-ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ରେ ସେପ୍ଟେମ୍ବର ୩୦ ତାରିଖରେ ବ୍ରହ୍ମପୁର ପୋଲିସ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରେ ତିନୋଟି ବସ୍ ଅଟକାଇଥିଲା।ସେଥିରୁ ତିନି ଜଣ ଏଜେଣ୍ଟଙ୍କ ସମେତ ୧୧୭ ଜଣଙ୍କୁ ଅଟକ ରଖା ଯାଇଥିଲା। ଯାହାପରେ ଏହି ଠକେଇ ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୨୩ ଜଣଙ୍କୁ ଗିରଫ କରାଯାଇଛି। ଆଉ ଏବେ ଏହି ମାମଲାରେ CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ।

ତେବେ ପରୀକ୍ଷାରେ ପାସ୍ କରିବା ପାଇଁ ଠକମାନଙ୍କ ସହ ମିଶିଥିବା ଏହି ଚାକିରି ଆଶାୟୀମାନଙ୍କୁ ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଯାହାଫଳରେ ଗିରଫ ହୋଇଥିବା ୧୧୪ ଜଣ ଆଶାୟୀ ଗୁରୁବାର ଦିନ ବ୍ରହ୍ମପୁର ସର୍କଲ ଜେଲରୁ ବାହାରି ଆସିଛନ୍ତି। ତେବେ ପରେ ସିଆଇଡି-କ୍ରାଇମ୍ ବ୍ରାଞ୍ଚକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା ଓ ପରେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମୁନ୍ନା ମହାନ୍ତି ସମେତ ଅନ୍ୟ ଛଅ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ମଧ୍ୟ ମୁଖ୍ୟ ଅଭିଯୁକ୍ତ ଶଙ୍କର ଫେରାର ଥିବା ନେଇ ଜଣା ପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ଚାକିରି ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ଯେଉଁଥିରେ ୧୦ ଲକ୍ଷ ଟଙ୍କା ଚାକିରି ପୂର୍ବରୁ ଓ ବାକି ୧୫ ଲକ୍ଷ ଟଙ୍କା ଚାକିରି ପାଇବା ପରେ ଦେବା ନେଇ ରାଜି ହୋଇଥିଲେ। ଏହି ଦୁର୍ନୀତି ମାମଲା ରେ ଏକ ଆନ୍ତଃରାଜ୍ୟ ସଂଗଠିତ ଅପରାଧୀ ସିଣ୍ଡିକେଟ୍ ସମ୍ପୃକ୍ତ ଥିବାରୁ ଗତ ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) କୋଲକାତାରେ ମୁଖ୍ୟାଳୟ ଥିବା ଏକ କେନ୍ଦ୍ରୀୟ ପବ୍ଲିକ୍-ସେକ୍ଟର ଅଣ୍ଡରଟେକିଂ (PSU) ITI ଲିମିଟେଡ୍ କୁ କମ୍ବାଇନ୍ କରି ପୋଲିସ ସେବା ପରୀକ୍ଷା (CPSE) ୨୦୨୪ କୁ ପରିଚାଳନା କରିଥିଲା।ଯେଉଁଥିପାଇଁ ITI ଲିମିଟେଡ୍ ଏହି କାମକୁ ଭୁବନେଶ୍ୱରସ୍ଥିତ ସିଲିକନ୍ ଟେକ୍ଲାବ୍ କୁ ସବ୍-କଣ୍ଟ୍ରାକ୍ଟ କରିଥିଲା ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟିଙ୍କ ନେତୃତ୍ୱାଧୀନ ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଏହାର ପ୍ରମୁଖ ଦାୟିତ୍ୱ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ