ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ
 
        ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ। ନୂଆପଡ଼ା ଖରିଆର୍ ରୋଡ୍ ରେ ରହୁଥିବା ଘରେ ପୋଲିସର ଚଢ଼ାଉ।ପ୍ରତିବାଦରେ ବିଜେଡି କର୍ମୀଙ୍କ ହୋହଲ୍ଲା, ବିକ୍ଷୋଭ ପ୍ରଦର୍ଶନ।
ପ୍ରୀତିରଂଜନ ନ ଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଚଢ଼ାଉ କରିଥିଲା। ସେହି ସମୟରେ ବିଜେଡିର ଜଣେ କର୍ମୀ ରାକେଶ ପଣ୍ଡା ଘରେ ଥିଲେ। ରାକେଶ ଅଭିଯୋଗ କରିଛନ୍ତି, ତାଙ୍କୁ ପୋଲିସ ମାଡ଼ ମାରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ରାକେଶ କହିଛନ୍ତି।

 
                        
 
                                 
                                 
                                 
                                 
                                