ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି,୩୧/୧୦
ଅକ୍ଟୋବର ୩୧ ତାରିଖ କୁ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ସହ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଏ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ କୋକସରା ଥାନା ପୋଲିସ ପ୍ରଶାସନ ପକ୍ଷରୁ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା ଙ୍କ ତତ୍ୱାବଧାନ ରେ ସ୍ଥାନୀୟ ଜବାହାର ଉଚ୍ଚ ବିଦ୍ୟାଳୟ ନିକଟରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏନସିସି ଛାତ୍ରଛାତ୍ରୀ ଜନ ସାଧାରଣ ମାନେ ଉପସ୍ଥିତ ରହି ଗଣ ଦୌଡ଼ ରେ ଅଂଶଗ୍ରହଣ କରିଥିଲେ। ଗଣ ଦୌଡ଼ ପୂର୍ବରୁ ଥାନା ଅଧିକାରୀ ଶ୍ରୀ ହୋତା ଛାତ୍ରଛାତ୍ରୀ ଓ ଜନ ସାଧାରଣ ଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶ ର ସ୍ୱାଭିମାନ ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ଶପଥ ପାଠ କରାଇଥିଲେ।ପରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋକସରା ପୋଲିସ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

