Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରାକୁ ନେଇ ଆସିଲା ବଡ ଖବର; ମାର୍ଚ୍ଚ ୮ରେ ମିଳିବ ଟଙ୍କା

ଭୁବନେଶ୍ବର: ଓଡ଼ିଆ ମହିଳାଙ୍କ ପାଇଁ ଆସିଲା ଖୁସି ଖବର | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି | ଆସନ୍ତା ମାର୍ଚ୍ଚ ୮ ତାରିଖ ଯାହାକୁ ଆମେ ମହିଳା ଦିବସ ରୂପେ ପାଳନ କରୁଛୁ ସେହି ଦିନ ନୂଆ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା| ଆଜିଠୁ ନୂଆ ହିତାଧିକାରୀଙ୍କ ପାଇଁ ସୁଭଦ୍ରା ଆବେଦନ ପୋର୍ଟାଲ ଖୋଲିବ| ଏହି ପକ୍ରିୟା ମାସେ ଧରି ଆବେଦନ କରିହେବ | ୨୧ ବର୍ଷ ହୋଇଥିଲେ ଏହି ଆବେଦନ ପତ୍ର ଭରି ପାରିବେ |

ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେବ | ଏହି ଯୋଜନାରେ ୨୧ ବର୍ଷରୁ ଉର୍ଦ୍ଧ ମହିଳା ମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ | ଏଥିସହିତ ଯେଉଁମାନେ ପୂର୍ବରୁ ଆବେଦନ କରିପାରିନାହାନ୍ତି ସେମାନେ ମଧ୍ୟ ଏହି ସମୟ ସୀମା ମଧ୍ୟରେ ଆବେଦନ କରିପାରିବେ | ନୂଆପଡା ନିର୍ବାଚନକୁ ଆଖିରେ ରଖି କେବଳ ନୂଆପଡା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାର ମହିଳାମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ