କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୭୬ ତମ କଳାହାଣ୍ଡି ଗଠନ ଦିବସ ପାଳନ।
କଳାହାଣ୍ଡି,୦୧/୧୧
୧୯୪୯ ମସିହା ଆଜିର ଦିନରେ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପାଇଥିଲା କଳାହାଣ୍ଡି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ଦିନେ ଅନାହାର ମୃତ୍ୟୁ ସହ ଅଭାବ ଓ ଅନାଟନ ଅଞ୍ଚଳ ବାବରେ ପରିଚିତ ଥିଲା । ଏହା ଗରିବୀର ଗବେଷଣା ଗାର ଥିବା ବେଳେ ବଡ ନେତା ଓ ଲେଖକ ଏଠାକୁ ଗରିବୀର ଗବେଷଣା କରିବା ପାଇଁ ଆସୁଥିଲେ । କିନ୍ତୁ ଏଥି ମଧ୍ୟରେ ବିତି ଯାଉଛି ୭୫ବର୍ଷ । ବଦଳିଛି କଳାହାଣ୍ଡିର ଭୌଗୋଲିକ ଚିତ୍ର । ଆଜି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ୭୬ବର୍ଷରେ ପଦାର୍ପଣ କରିଛି କଳାହାଣ୍ଡି ଜିଲ୍ଲା । ବଦଳାଇ ଦେଇଛି ନିଜ ପରିଚୟ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ କଳାହାଣ୍ଡି ସୃଷ୍ଟି କରି ପାରିଛି ନିଜର ସ୍ଵତନ୍ତ୍ର ପରିଚୟ । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗଠନ ଦିବସ ପାଳନ ହୋଇଯାଇଛି । ସକାଳୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଟାଉନ ହଲ ଠାରେ ପହଞ୍ଚିବା ପରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ପରେ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା ଅନୁଷ୍ଟିତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର କୁଳପତି ନିବେଦିତା ନାଠାର, ଜିଲ୍ଲାପାଳ ପାୱାର୍ ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ଵାନ୍ ପ୍ରମୁଖ ଯୋଗ ଦେଇଥିବା ବିକଶିତ କଳାହାଣ୍ଡିକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସଂସ୍କୃତି କାର୍ଯ୍ୟକ୍ରମ । ବିର ବାଦ୍ୟ ଘୁମୁରା ସହ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ କୁ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ଉପସ୍ଥାପକ ଭାବେ ସଂଯୋଜନା କରିଥିଲେ।

