Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SI ପରୀକ୍ଷା କେଳେଙ୍କାରୀ: ନେପାଳ ସୀମାରୁ ବନ୍ଧା ହେଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

SI ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼଼ ସଫଳତା ମିଳିଛି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ନେପାଳ ସୀମା ନିକଟ ଉତ୍ତରାଖଣ୍ଡରୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଗିରଫ ପରେ ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି । ସ୍କାମ୍ ପରଠାରୁ ଶଙ୍କର ପୃଷ୍ଟି ଫେରାର୍ ରହିଥିଲା । ଶଙ୍କର କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ହେଉଛି ଶଙ୍କର ପୃଷ୍ଟିର ଘର । ପଞ୍ଚସଫ୍ଟ କମ୍ପାନୀର ନିର୍ଦ୍ଦେଶକ ହେଉଛି ଶଙ୍କର ପୃଷ୍ଟି । OPRB, ଆଇଆଇଟିକୁ SI ପରୀକ୍ଷା ପରିଚାଳନା ଦାୟିତ୍ଵ ଦେଇଥିଲା । ପରେ ଆଇଆଇଟି ସିଲିକନକୁ ଦେଇଥିଲା ପରିଚାଳନା ଦାୟିତ୍ଵ । ଏହାପରେ ସିଲିକନ୍ ଠାରୁ ପଞ୍ଚସଫ୍ଟ ଦାୟିତ୍ଵ ନେଇଥିଲା । ପଞ୍ଚସଫ୍ଟ ଓ ସିଲିକନ୍ ମିଶି ପୋଲିସ SI ପରୀକ୍ଷା କେଳେଙ୍କାରୀ ଷଡ଼ଯନ୍ତ୍ର କରିଥିଲେ ।

ସପ୍ତାହକ ତଳେ ପୋଲିସ SI ସ୍କାମ୍‌ ମାମଲାକୁ CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ କର୍ମଚାରୀ ଚୟନ ପାଇଁ ହେବ ସ୍ଥାୟୀ ଆୟୋଗ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ