ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବା ସମାବେଶ, ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।
କଳାହାଣ୍ଡି,୦୨/୧୧
ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡିଶା, କଳାହାଣ୍ଡି ର ଜିଲ୍ଲା ସ୍ତରୀୟ ଯୁବ ସମାବେଶ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଲଡୁଗାଁ ପଞ୍ଚାୟତ ଆଇଁଲି ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଉଛୁଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହିଚଳା ଠାରୁ ଉଛୁଲା ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଉଛୁଲା ଠାରେ ଏହି ଶୋଭାଯାତ୍ରା କୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ପରେ ଉଛୁଲା ପିଏଚସି ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସାଇ ଭଜନ କରାଯାଇଥିଲା। ଜିଲ୍ଲା ସଭାପତି ବେଣୁଧର କୁମାର ଙ୍କ ସଭାପତିତ୍ୱ ରେ ଆଜିର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଭଜନ ପରେ ଜିଲ୍ଲା ସଙ୍ଗଠନ ର ଯୁବ ସଂଯୋଜକ ସାଇ ଶିବାତ୍ମନ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ରକ୍ତଦାନ ଶିବିର ରେ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଓଡ଼ିଶା ର ରାଜ୍ୟ ବାଳବିକାଶ ତାଲିମ ନିର୍ବାହକ ଶିବପ୍ରସାଦ ମହାନ୍ତି, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ କଳାହାଣ୍ଡି ର ସଦସ୍ୟ ତଥା ପୂର୍ବତନ ବିଧାୟକ ମୌଷଧି ବାଗ,ଜିଲ୍ଲା ଯୁବ ପରିଷଦ ସଦସ୍ୟ ସାଇ ଦେବାତ୍ମନ୍ ବେହେରା, କଳାହାଣ୍ଡି ମହିଳା ସେବା ସଂଯୋଜିକା ପଦ୍ମିନୀ ମହାନ୍ତି ,ପ୍ରେମତରୁ ସଂଯୋଜକ ମହେଶ୍ୱର ରଣା ,ଗ୍ରାମସେବା ସଂଯୋଜକ ସୁବାସ ପଣ୍ଡା, ରକ୍ତ ସଂଗ୍ରହ ନିର୍ବାହକ ରଞ୍ଜିତ ବେଶ୍ରା ଓ ଆଇଁଲି ସମିତି ଆବାହକ କୁଞ୍ଜ ବିହାରୀ ସାହୁ, ଫକୀର ନାରାୟଣ ସାହୁ ,ବସନ୍ତ କୁମାର ମାଝୀ, କୁମଦ ଚନ୍ଦ୍ର ମାଝୀ, ଟିକେଶ୍ୱର୍ ସାହୁ, ଜୀମୁତ ବାହାନ ମାଝି ଓ ନୂଆଗୁଡା ସତ୍ୟସାଇ ଭଜନ କେନ୍ଦ୍ର ର ସୁବ୍ରତ କୁମାର ସ୍ୱାଇଁ ଓ କିଶୋର ଚନ୍ଦ୍ର ସାହୁ,ଫାର୍ମାସିଷ୍ଟ ବିଶ୍ଵ ରଞ୍ଜନ ବେହେରା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଯୁବ ପରିଷଦ ସଦସ୍ୟ ଧର୍ମେନ୍ଦ୍ର ବାଗ ପରିଚାଳନା କରିଥିବା ବେଳେ ଜିଲ୍ଲା ଆଦିବାସୀ ଉନ୍ନୟନ ନିର୍ବାହକ ପ୍ରେମଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

