ଟ୍ରକ ଧକ୍କା ରେ ବୃଦ୍ଧ ମୃତ ଘଟଣା, କ୍ଷତିପୂରଣ ରାଶି ପାଇବା ପରେ ରାସ୍ତା ଅବରୋଧ ହଟିଲା।
କଳାହାଣ୍ଡି,୦୩/୧୧
ରବିବାର କୋକସରା ଥାନା ଅନ୍ତର୍ଗତ ବେହେରା ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେ ରେ ଖୁଣ୍ଟିଆ ଗ୍ରାମର ତରୁଣୀ ଦୁର୍ଗା (୬୫) ବେହେରା ହାଟ ରୁ ସାଇକେଲ ରେ ଘରକୁ ଫେରିବା ବାଟରେ ଟ୍ରକ ବୃଦ୍ଧ ଙ୍କୁ ଧକ୍କା ଦେବା ଫଳରେ ବୃଦ୍ଧ ଙ୍କ ପର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ପରିବାର ଲୋକେ କ୍ଷତିପୂରଣ ଦାବି ରେ ବିଜୁ ଏକ୍ସପ୍ରେସ ୱେ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା କର୍ମଚାରୀ,ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ସମେତ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ରାସ୍ତା ଅବରୋଧ ରେ ବସିଥିବା ଲୋକଙ୍କ ସହ ଆଲୋଚନା କରି ରେଡ଼କ୍ରସ ରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନା ରୁ ୩ ହଜାର ଦେବାକୁ କହିବା ସହ ଟ୍ରକ ମାଲିକ ଙ୍କ ସହ ଆଲୋଚନା କରି ଆର୍ଥିକ ସହାୟତା ଯୋଗାଇଦେବାକୁ କହିବା ପରେ ସନ୍ଧ୍ୟା ୮ ଘଣ୍ଟା ରେ ରାସ୍ତା ଅବରୋଧ ହଟିଥିଲା।
ତେବେ ଆଜି ପୁଣି ମୃତକ ଙ୍କ ସ୍ତ୍ରୀ ମଙ୍ଗନି ଦୁର୍ଗା ସମେତ ତାଙ୍କ ସମ୍ପର୍କୀୟ ଲୋକେ ସକାଳ ରୁ ଶବ ରଖି ପୁଣି କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ କୋକସରା ପୋଲିସ ସମେତ ଧର୍ମଗଡ ଏସଡିପିଓ ଡୋଳାମଣି ଭୋଇ ଉପସ୍ଥିତ ରହି ଟ୍ରକ ମାଲିକ ଙ୍କୁ ଯୋଗାଯୋଗ କରିବାରୁ ଟ୍ରକ ମାଲିକ ଙ୍କ ଜଣେ ପ୍ରତିନିଧି ଆସି କ୍ଷତିପୂରଣ ବାବଦରେ ୧.୫୦ ଲକ୍ଷ ଟଙ୍କା ଦେବାପରେ ରାସ୍ତା ଅବରୋଧ ରୁ ପରିବାର ଲୋକେ ଉଠିଥିଲେ। ଦିର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁଁ ବିଜୁ ଏକ୍ସପ୍ରେସ ୱେ ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

