Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡହଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଶାଖା ଗଠନ।

କଳାହାଣ୍ଡି,୦୩/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଯୁବ ରେଡକ୍ରସ ୟୁନିଟ ଓ ସ୍ବେଚ୍ଛାସେବୀ ମାନଙ୍କପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ
ଯୁବ ରେଡକ୍ରସ୍ ପରାମର୍ଶଦାତା ପଞ୍ଚାୟତ ସମିତି ଡିଗ୍ରୀ କଲେଜର ବରିଷ୍ଠ ଅଧ୍ୟାପକ ସୁବ୍ରତ କୁମାର ବେହେରା , ମୁଖ୍ୟବକ୍ତା ଭାବେ ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି, ଚିହ୍ନ ବିଷୟରେ ଆଲୋଚନା କରିବା ସହିତ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ନୂତନ ଭାବରେ ମନୋନୀତ ଯୁବ ରେଡକ୍ରସ୍ ପରାମର୍ଶଦାତା ସେତୁରାମ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସନ୍ଦିପ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ଯକ୍ରମରେ ପୁଷ୍ପାଞ୍ଜଳି ଶବର, ରିତେଶ ରଞ୍ଜନ ରଣା, ଚିତ୍ତ ରଞ୍ଜନ ଗଉଡ, ଧର୍ମୁ ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ