Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରପାରିରେ ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ

Oplus_16908288

ଭୁବନେଶ୍ବର: ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥଙ୍କ ଦେହାନ୍ତ ହୋଇଛି। ସେ ଜଣେ ଉଚ୍ଚକୋଟୀର କଳାକାର ଥିଲେ। ସେ ଯାତ୍ରା ଜଗତରେ ସବୁ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।

୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ ନିଜ ଗାଁରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେ ୨୦୧୭ ମସିହାରେ ଯାତ୍ରା ମଞ୍ଚରୁ ଆନୁଷ୍ଠାନିକ ଭାବରେ ଅବସର ନେଇଥିଲେ। ଯାହା ଦ୍ୱାରା ଓଡ଼ିଆ ଯାତ୍ରା ରଙ୍ଗମଞ୍ଚର ଏକ ଯୁଗକୁ ପରିଭାଷିତ କରୁଥିବା ୪୨ ବର୍ଷର ଯାତ୍ରାର ଅନ୍ତ ଘଟିଥିଲା।

ତାଙ୍କର ଶେଷ ଅଭିନୟ “ଠକି ଦେଲ ବନ୍ଧୁ ଠିକାଣା ବେଳେ” ନାଟକ ଥିଲା। ଯାହାକୁ ଦର୍ଶକମାନେ ତାଙ୍କର ଉଚ୍ଚକୋଟୀର ଅଭିନୟ ଏବଂ ଦମଦାର ଡାଇଲଗ ପାଇଁ ମନେ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ