Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନଙ୍କ ‘ବେଇମାନ’ ଓ ‘ପ୍ରାର୍ଥୀ ଚୋରି’ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସମ୍ବିତ ପାତ୍ର, କହିଲେ ବସ୍ତୁର ଚୋରି ହୋଇପାରେ, କିନ୍ତୁ କୌଣସି ବ୍ୟକ୍ତିର ନୁହେଁ

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା ଏମ୍‌ପି ସମ୍ବିତ ପାତ୍ର ଏକ ପ୍ରେସମିଟ କରିଛନ୍ତି। ଏଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ବେଇମାନ’ ଓ ‘ପ୍ରାର୍ଥୀ ଚୋରି’ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବିତ କହିଛନ୍ତି, ନବୀନଙ୍କ ଏଭଳି ମନ୍ତବ୍ୟ ପରିବାରକୁ ଆଘାତ ଦେଇଛି। ବିଜେଡି ରାଜୁ ଢୋଲକିଆଙ୍କ ପରିବାର ପ୍ରତି ଖରାପ ବ୍ୟବହାର କରିଛି। ଦଳ ରାଜୁ ଭାଇଙ୍କୁ ରାଜନୈତିକ ବସ୍ତୁ ଭାବେ ଦେଖୁଛି। ବସ୍ତୁର ଚୋରି ହୋଇପାରେ, କିନ୍ତୁ କୌଣସି ବ୍ୟକ୍ତିର ନୁହେଁ। ଗତ ଜୁନ୍‌ ମାସରୁ ରାଜୁ ଭାଇ ହସ୍ପିଟାଲରେ ଥିଲେ, ହାର୍ଟ ଓ କିଡନୀ ଖରାପ ଥିଲା। ଚେନ୍ନାଇରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଲା, କିଡନୀ ଦେବାକୁ ପୁଅ ଜୟ ରାଜିଥିଲେ। କିନ୍ତୁ ୩ ଦିନ ଭିତରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏହା ସମ୍ଭବ ହୋଇପାରିଲାନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ