Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲୀ ହାତୀଙ୍କ ଉପଦ୍ରଵ, ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ: ଚାଷୀ ଙ୍କ ମୁଣ୍ଡରେ ଚଡକ

ବାଲିଗୁଡା, ତା, ୧୩/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲ ଙ୍କ ଉପଦ୍ରଵ ବଢି ଚାଲିଛି l ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା,ମଣ୍ଡଳ ପଦର ଓ ଶ୍ରାମ୍ବୁଲି, ଜାରୁଟି ଗ୍ରାମର ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀପଲଙ୍କ ଉପଦ୍ରଵରେ ମୁଣ୍ଡିଗଡ଼ ଏବଂ ଲଙ୍କାଗଡ଼ ପଞ୍ଚୟତବାସୀ ଭୟଭୀତ ହୋଇ ରହୁଥିବା ବେଳେ ଗ୍ରାମ ବାସୀଙ୍କ କହିବା ଅନୁସାରେ ଗତ ବିଳମ୍ବିତ ରାତିରେ ମୁଣ୍ଡିଗଡ଼ ପଞ୍ଚାୟତର ଖମନ ପଡ଼ା ଓ ସ୍ରାମ୍ବୁଲି ଗ୍ରାମରେ ହାତୀପଲ ପଶି ନବୀନ ପାତ୍ର ଏବଂ ଅନେକ ଚାଷୀ ଙ୍କ ଚାଷ ଖାଇବା ସହ ନଷ୍ଟ କରି ଚାଲି ଯାଇଛନ୍ତି | ଗତ କାଲି ରାତିରେ ଖବର ପାଇ ତୁମୁଡିବନ୍ଧ ବନାଞ୍ଚଳ ର ରେଞ୍ଜର କେ. ସି. ବେହେରା ଏବଂ ଫରେଷ୍ଟର ଓ କର୍ମଚାରୀ ଗଣ ହାତୀ ପୋଲକୁ ଘୋଉଡ଼ାଇବା ଜାରି ରଖିଥିବା ତୁମୁଡିବନ୍ଧ ରେଞ୍ଜର ସୂଚନା ଦେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ