
ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି

ଛେଲାଗଡ ପଞ୍ଚାୟତରେ ମହାବିଦ୍ୟାଳୟ, ଇଣ୍ଟରନେଟ ଟ୍ରାଓ୍ବର,ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାଲାଗି ଅଞ୍ଚଳ ବାସୀଙ୍କ ଦାବି
ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡ ପଞ୍ଚାୟତ ଏକ ପାହାଡ...

ପାରଳାଖେମୁଣ୍ଡି ସ୍ଥିତ ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ
ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରର ସମ୍ମିଳନୀ...

ପାରଳାଖେମୁଣ୍ଡି ସ୍ଥିତ ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ବିଶ୍ବ ପର୍ଯ୍ୟଟନ ଦିବସ-୨୦୨୩ ପାଳିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ ଏବଂ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଜିଲ୍ଲା ସଂସ୍କୃତି ଅଧିକାରୀଣି ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ବିଶ୍ବ ପର୍ଯ୍ୟଟନ ଦିବସ ପାଳନର ଉଦ୍ଧେଶ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥିଲେ।ଏହାପରେ ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେବା ସହ ପିଲାମାନଙ୍କୁ ଗଜପତିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିଷୟରେ ପଚାରି ବୁଝିଥିଲେ। ପ୍ରତି ପର୍ଯ୍ୟଟନ ସ୍ଥଳିରେ କିପରି ସ୍ବଚ୍ଛତା ବଜାୟ ରହିବା ସହ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ହେବ ନାହିଁ ସେଥିପ୍ରତି ସଜାଗ ରହିବା ଲାଗି ପରାମର୍ଶ ଦେବା ସହ ତାହାର କୁ ପରିଣତି ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ଏହି ଅବସରରେ ପାରଳାଖେମୁଣ୍ଡିରେ ଥିବା ବିଭିନ୍ନ ବିଦ୍ୟାଳୟର ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥିରେ ୭୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଏହିକାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଗୀତାଞ୍ଜଳି ପବ୍ଲିକ୍ ସ୍କୁଲ, ଶ୍ରୀ ସତ୍ୟ ସାଇ ବିଦ୍ୟା ବିହାର, ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ, ବିକାଶ ବିଦ୍ୟା ନିକେତନ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ, ପ୍ରାଉଡ଼ ଶିଶୁ ଯତ୍ନ ଅନୁଷ୍ଠାନ, ଉତ୍କଳ ବାଳାଶ୍ରମ, ଗଜପତି ଶାଖା ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତା, ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା, ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।
ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରର ସମ୍ମିଳନୀ...

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମା କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ...

ପାରଳାଖେମୁଣ୍ଡି ଠାରେ “ସଖିୱାନ ଷ୍ଟପ୍ ସେଣ୍ଟର”ପକ୍ଷରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ
ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ହୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ “ସଖୀ ୱାନ ଷ୍ଟପ ସେଣ୍ଟର” ତରଫରୁ ଆନ୍ତର୍ଜାତୀୟ...

ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଗଜପତି ଜିଲ୍ଲାସ୍ତରୀୟ “ନୂଆଁଖାଇ ଭେଟଘାଟ” ଆୟୋଜିତ
ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା...

ସାମ୍ବାଦିକ ମାନଙ୍କ ଧାରଣା ପଡିଲା ପ୍ରଭାବ, ବଦଳି ହେଲେ ରାୟଗଡ଼ ବି.ପି.ଏମ ଲତିକା ଦେବୀ…
ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ଵଜ ଚୌଧୁରୀ) କିଛି ଦିନ ପୂର୍ବେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଓ.ଏଲ.ଏମ ବିଭାଗ ରେ ହୋଇଥିବା...

ବିଦ୍ୟାନିକେତନ ସ୍କୁଲ ଖେଳପଡ଼ିଆ ଠାରେ ଅନୁଷ୍ଠିତ ୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା...

ରାୟଗଡ଼ ଓଏଲଏମର ବିପିଏମଙ୍କୁ ପ୍ରଶାସନ ବଦଳି କରିବା ପରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ
ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା...

ବିଦ୍ୟାନିକେତନ ସ୍କୁଲ ଖେଳପଡ଼ିଆ ଠାରେ ଅନୁଷ୍ଠିତ ୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା...

ରାୟଗଡ଼ ଓଏଲଏମର ବିପିଏମଙ୍କୁ ପ୍ରଶାସନ ବଦଳି କରିବା ପରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ପାରଳାଖେମୁଣ୍ଡି:୨୭/୯(, ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା ଉଦେଶ୍ୟ ମୂଳକ ଭାବେ କରାଯାଇଥିଲା. ଏହି ଘଟଣାରେ ଗଜପତି ଜିଲ୍ଲାର ସାମ୍ବାଦିକମାନେ ରାୟଗଡ ଓଡିଶା ଜୀବିକା ମିଶନର ବିପିଏମକୁ ତୁରନ୍ତ ବଦଳି ସହ ୬ ଦଫା ଦାବି ନେଇ ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଧରିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଥିଲେ. ଏହି ଧାରଣା ଗତକାଲି ୩ୟ ଦିନରେ ପହଞ୍ଚି ଥିଲା. ଗତକାଲି ସନ୍ଧ୍ୟାରେ ଗଜପତି ପ୍ରଶାସନ ସାମ୍ବାଦିକମାନଙ୍କ ଦାବି ଅନୁଯାଇ ରାୟଗଡ଼ ବ୍ଲକ ଓଡିଶା ଜୀବିକା ମିଶନର ବିପିଏମଙ୍କୁ ବଦଳି କରିଥିବା ନିଷ୍ପତ୍ତି ନେବା ସହ ଧାରଣା ପ୍ରତ୍ୟାହୃତ ପାଇଁ କହିଥିଲେ. ଏଥିରେ ସାମ୍ବାଦିକମାନେ ଗଜପତି ପ୍ରଶାସନ ସହିତ ଏକମତ ହୋଇ ଗତକାଲି ରାତିଠାରୁ ଧାରଣାକୁ ପ୍ରତ୍ୟାହୃତ କରିଥିଲେ. ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଡିଜେନ ପଢି, ପ୍ରଦୀପ ନାୟକ, ରଶ୍ମି ରଞ୍ଜନ ମିଶ୍ର, ସରୋଜ ବୀର, ସନ୍ତୋଷ ପଟ୍ଟନାୟକ, ଦିଲ୍ଲୀପ ଶତପଥି, ବିଜୟ କୁମାର ଗୌଡ଼, ଗଣେଶ ରାଜୁ ପ୍ରମୁଖ ସାମ୍ବାଦିକ କହିଛନ୍ତି ରାୟଗଡ ବ୍ଲକ ଜୀବିକା ମିଶନର ହିତାଧିକାରୀଙ୍କୁ ଛେଳି ଯୋଗାଣରେ ଅନିୟମିତତା ଓ ଦୁର୍ନୀତିକୁ ନେଇ ରାୟଗଡ ବ୍ଲକର ସାମ୍ବାଦିକମାନେ ଖବର ପ୍ରକାଶନ କରିବାରୁ ସମ୍ପୃକ୍ତ ଅଧିକାରିଣୀ ଏଥିରେ ଉତକ୍ଷେପିତ ହୋଇ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା କେଶ ରୁଜୁ କରିଥିଲେ. ଏହି ଘଟଣାକୁ ନେଇ ଗଜପତି ଜିଲ୍ଲାର ସାମ୍ୱାଦିକମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାକୁ ନିନ୍ଦା କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରିଣୀଙ୍କୁ ବିହିତ କାଯ୍ୟନୁଷ୍ଠାନ ପାଇଁ ଦାବି କରି ୬ ଦଫା ନେଇ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲା ପ୍ରଶାସନଙ୍କୁ ଗତ ରବିବାର ଦିନ ପ୍ରଦାନ କରି ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା. ଧାରଣାର 3 ୟ ଦିନ ମଙ୍ଗଳବାର ସନ୍ଧ୍ୟାରେ ସାମ୍ବାଦିକ ମାନଙ୍କ ଦାବି ମୁତାବକ ଗଜପତି ପ୍ରଶାସନ ସମ୍ପୃକ୍ତ ଅଧିକାରିଣୀଙ୍କୁ ରାୟଗଡରୁ ବଦଳି କରାଯାଇଥିବା ଘୋଷଣା କରିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି. ହେଲେ 6 ଦଫା ଦାବି ହାସଲ ପଯ୍ୟନ୍ତ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ ମଧ୍ୟ ଦାବି ହାସଲ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଚାଲୁ ରହିବା ନିଷ୍ପତ୍ତି ହୋଇଥିବା ଏହି ସାମ୍ବାଦିକମାନେ ସୂଚନା ଦେଇଛନ୍ତି.
ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା...

କାଶୀନଗର ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ”କାର୍ଯ୍ୟକ୍ରମ ହଜାର ହଜାର କର୍ମୀଙ୍କୁ ଉପସ୍ଥିତ ଥିଲେ।
ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥି ଏହା...