ଜାଡ଼ରେ ଥରୁଛି ସାରା ଓଡ଼ିଶା
ଭୁବନେଶ୍ବର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ସବୁଠୁ ଶୀତ। ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ବର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି। ଆଜି ଜି.ଉଦୟଗିରିର ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛନ୍ତି। ଗୁରୁବାର ଏଠାରେ ତାପମାତ୍ରା ୭.୬, ଶୁକ୍ରବାର ୭ ଓ ଶନିବାର ତାପମାତ୍ରା ୮.୨ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡ଼ିରେ ୮.୭ ଡିଗ୍ରୀ ଓ ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି।
ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଅନୁଗୋଳ ଏବଂ କନ୍ଧମାଳ ଜିଲାକୁ ଶୀତ ଲହରୀ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

