Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ବାଂଲାଦେଶୀଙ୍କ ଉପରେ ପୋଲିସର ଚଢ଼ାଉ, ଭାଙ୍ଗିବ ଘର

ଭୁବନେଶ୍ବର: ବେଆଇନ ବାଂଲାଦେଶୀଙ୍କ ଉପରେ ପୋଲିସର ଚଢ଼ାଉ। ସେମାନଙ୍କ ଭଡ଼ା ଘରୁ ଜବତ ହେଲା ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର। ରେଡ୍ ବେଳେ ଧସ୍ତାଧସ୍ତି ହେବାରୁ ୨ ପୋଲିସ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଜଗତସିଂହପୁର ରଘୁନାଥପୁର ବେରାହିମପୁରରେ।

ସରକାରୀ ଜମିରେ ସିକନ୍ଦ୍ରର ଆଲାମ ନାମକ ଯୁବକ ୧୦ ବଖରା ଘର କରି ମୁର୍ସିଦାବାଦ ଅଞ୍ଚଳର ବହୁ ବାଂଲାଦେଶୀଙ୍କୁ ଭଡା ଦେଇଥିଲା। ସେମାନେ ଜରି ଗୋଟେଇବା ନାଁରେ କ୍ରାଇମ କରୁଥିବାର ଅଭିଯୋଗ ହୋଇଥିଲା।

ତେବେ ଏହି ମାମଲାକୁ ଗୁରୁତ୍ବର ସହ ନେବା ସଙ୍ଗେସଙ୍ଗେ ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ। ଏପରିକି ସେମାନେ ଏଠାକୁ କେମିତି ଆସିଲେ, କଣ ଲିଙ୍କ୍ ଅଛି, କିଏ ଆଣି ରଖିଲା ତାହାର ତଦନ୍ତ କରୁଛୁ। ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ପଦକ୍ଷେପ ନେବୁ। ସରକାରୀ ଜମିରେ ସମସ୍ତ ବେଆଇନ୍ ନିର୍ମାଣ ଭଙ୍ଗାଯିବ। ଟିମ୍ ଗଠନ କରି ଘର ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କହିଛନ୍ତି ଜିଲ୍ଲାପାଳ।

ସେହିପରି ବାଂଲାଦେଶୀଙ୍କ ଘରର ତାଲା ଭଙ୍ଗା ଯାଇଥିଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ। ଘରୁ ବନ୍ଧୁକ ଓ ଭୁଜାଲି ମଧ୍ୟ ମିଳିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ