ବନ୍ଧ ହିଡରୁ ଯୁବକଙ୍କ ମୃତ ଦେହ ମିଳିବା ପରେ ହତ୍ୟା ଅଭିଯୋଗ ଆଣି ପରିବାର ଓ ଗ୍ରାମବାସୀଙ୍କ ରାସ୍ତା ରୋକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ରଥପୁର ଗ୍ରାମ ରୁଗୁଡ଼ିବନ୍ଧ ହିଡରେ ଯୁବକ ଙ୍କ ମୃତଦେହ ମିଳିବା ଘଟଣାରେ ଅଟକ ଥିବା ୨ ଜଣକୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ରବିବାର ପରିବାର ଲୋକ ଓ ଭଜବଲପୁର ଗ୍ରାମବାସୀ ହତ୍ୟା ଅଭିଯୋଗ ଆଣି ବୀରମହାରାଜପୁର ଓ ସୁବର୍ଣ୍ଣପୁର ରାସ୍ତା ରୋକ୍ କରିଥିବା ଜଣାଯାଇଛି । ଘଟଣା ସ୍ଥଳରେ ସ ଡି ପି ଓ ହେମନ୍ତ ରାଓ ପହଞ୍ଚି ଆନ୍ଦୋକରୀଙ୍କୁ ବୁଝାଇ ଥିଲେ ମଧ୍ୟ ରାସ୍ତାରୋକ ପ୍ରତ୍ୟାହାର ହୋଇନଥିଲା ।ଫଳରେ ରାସ୍ତା ରୋକ କରିଥିବା ଭଜବଲପୁର ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମୋଟର ସୋମବାର ସକାଳ ଦଶ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିବା ଜଣାପଡ଼ିଛି I ମିଳିଥିବା ସୂଚନା ମୁତାବକ ମୃତ ଯୁବକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ଭଜବଲପୁର ଗାଁର ରାକେଶ ବେରିହା । ସେ ଜଣେ ଟ୍ରାକ୍ଟର ଡ୍ରାଇଭର । ତାଙ୍କୁ ଗୋଟିଏ ଗାଡି ନେବାପାଇଁ ଅନ୍ୟଜଣେ ଡ୍ରାଇଭର ଶୁକ୍ରବାର ଦିନ ଡାକିଥିଲେ । ତାପରେ ସେ ଘରକୁ ଫେରିନଥିଲେ । ଶନିବାର ଦିନ ପୋଲିସ ଠାରୁ ଖବରପାଇ ବୀରମହାରାଜପୁର ଡ଼ାକ୍ତରଖାନାରେ ଶବ ଚିହ୍ନଟ କରିଥିଲେ ପରିବାର ଲୋକ । ଏନେଇ ମୃତକଙ୍କ ମା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ କ୍ରମେ ଜଣେ ଡ୍ରାଇଭର ଓ ଗଡିମାଲିକ ଙ୍କୁ ପୋଲିସ ଶନିବାର ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଆଜି ଅଟକ ଥିବା ଡ୍ରାଇଭର ଓ ଜଣେ ଗଡିମାଲିକଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।

