Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଉଚ୍ଚ ବିଦ୍ୟାଳୟ ରେ ଭାଷା ପ୍ରୟୋଗ ଶାଳା ଉଦଘାଟିତ

ବୀରମହାରାଜପୁର : ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଉଚ୍ଚ ବିଦ୍ୟାଳୟଠାରେ ନବସ୍ଥାପିତ ଭାଷା ପ୍ରୟୋଗଶାଳାର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଳl ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ବିଦ୍ୟାଳୟରେ ଯୋଗଦେଇ ଭାଷା ପ୍ରୟୋଗଶାଳାର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ବିଧାୟକ କହିଥିଲେ ଯେ, ବର୍ତ୍ତମାନ ସମୟରେ ଭାଷା ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ବ୍ୟବହାରିକ ଜ୍ଞାନ ଓ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ି ହେବା ଅତ୍ୟନ୍ତ ଆବଶ୍ୟକ। ଭାଷା ପ୍ରୟୋଗଶାଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶ୍ରବଣ, କଥନ, ପଠନ ଓ ଲିଖନ ଦକ୍ଷତାର ବିକାଶ ହେବା ସହ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଗୁଣାତ୍ମକ ଶିକ୍ଷା, ଆଧୁନିକ ଶିକ୍ଷା ବ୍ୟବସ୍ଥାର ପ୍ରସାର ଏବଂ ଦକ୍ଷ ଯୁବପିଢ଼ି ଗଠନ ଉପରେ ଗୁରୁତ୍ୱାରୋପ କରି ବିଧାୟକ କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ ଏଭଳି ନୂତନ ପଦକ୍ଷେପ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ। ଏହା ସେମାନଙ୍କୁ ଭବିଷ୍ୟତରେ ଉଚ୍ଚଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟତା କରିବ।
କାର୍ଯ୍ୟକ୍ରମ ଅବସରରେ ବିଧାୟକ ବିଦ୍ୟାଳୟର ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ମତ ବିନିମୟ କରି ସେମାନଙ୍କ ସହ ମିଶିବାର ସୁଯୋଗ ପାଇଥିଲେ।
ଶେଷରେ ସୁବଳୟା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀମାନେ ଜ୍ଞାନ, ଦକ୍ଷତା ଓ ଆତ୍ମବିଶ୍ୱାସରେ ସମୃଦ୍ଧ ହୋଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରନ୍ତୁ ବୋଲି ସେ କାମନା କରିଥିଲେ।
ଭାଷା ଶିକ୍ଷାକୁ ଅଧିକ ଆକର୍ଷଣୀୟ, ବ୍ୟବହାରିକ ଓ ଫଳପ୍ରଦ କରିବା ଦିଗରେ ଏହି ଭାଷା ପ୍ରୟୋଗଶାଳା ବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ