Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ସଙ୍ଗୀତ ଜଗତରେ ଲାଗିଛି କି କାହା ନଜର? ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

ଭୁବନେଶ୍ୱର,|୧୭|୧୧: ଭେଣ୍ଟିଲେଟର୍ ସପୋର୍ଟରେ ହ୍ୟୁମାନ ସାଗର। ଆଗାମୀ ସମୟ ଅତି ଗୁରୁତ୍ଵପୂର୍ଣ୍ଣ ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଛି| କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ଗୁରୁତର ଭାବେ ସ୍ଥାନାନ୍ତର କରାଯାଇଛି। କିଛି ଦିନ ହେବ ସେ ଘରୋଇ ହସ୍ପିଟାଲରେ ଚିକିତ୍ସୀତ ହେଉଥିଲେ।

ସଙ୍ଗୀତ ଜଗତରେ ଲାଗିଛି କାହା ନଜର| କାରଣ କିଛି ଦିନ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା | ଗତକାଲି ଓଲିଉଡ଼ ଜଗତରେ ସୁପରଷ୍ଟାର ଅନୁଭବ ମହାନ୍ତି ହୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିବାକୁ ହସ୍ପିଟାଲ ଯାଇଥିଲେ | ତାଙ୍କ କହିବା ଅନୁସାରେ, ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ଆଗ ଅପେକ୍ଷା ସୁଧାର ହେଉଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ହ୍ୟୁମାନ ସାଗରଙ୍କ ଆବଶ୍ୟକ ଚିକତ୍ସା ପାଇଁ ଯାହା ଆବଶ୍ୟକ ସାହାଯ୍ୟ ଯୋଗାଇବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି | ଯଦି ଏୟାରଲିଫ୍ଟ ଆବଶ୍ୟକ ପଡେ ତାହା ମଧ୍ୟ କରାଯିବ ବୋଲି ମୋହନ ମାଝୀ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ