Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Students Union Election: ସରିଲା ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ! ୩୪୮ କଲେଜରେ ନିର୍ବାଚନୀ ଲଢ଼େଇ, ମଇଦାନରେ ୭,୧୬୯ ପ୍ରାର୍ଥୀ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୮,୩୨୫ଟି ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ସେଥିରୁ ୧,୧୫୬ଟି ନାକଚ ହୋଇଛି। ଯାଞ୍ଚ ପରେ ୭,୧୬୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀମାନେ ନିର୍ବାଚନରେ ଭାଗ ନେବାକୁ ଯୋଗ୍ୟ ହୋଇଛନ୍ତି। ରାଜ୍ୟର ୩୪୮ଟି କଲେଜରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ଅନ୍ୟପଟେ, କଲେଜ ସ୍ତରରେ ୧,୬୨୦ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ୩୩ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ବିଭିନ୍ନ ପଦବୀ ପାଇଁ ବୈଧ ପ୍ରାର୍ଥୀଙ୍କ ମଧ୍ୟରେ ସଭାପତି ପଦ ପାଇଁ ୧,୧୪୯ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୭୫୮ ଜଣ ଏବଂ ଉପସଭାପତି ପଦ ପାଇଁ ୮୬୯ ଜଣ ରହିଛନ୍ତି। ସହକାରୀ ସମ୍ପାଦକ ପଦ ପାଇଁ ୪୬ ଜଣ ପ୍ରାର୍ଥୀ ଥିବା ସୂଚନା ଦିଆଯାଇଛି।

ନାମାଙ୍କନ ଯାଞ୍ଚ ଶେଷ ହେବା ପରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନୀ ତତ୍ପରତା ବଢ଼ିଛି। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ସମର୍ଥନ ବଢ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି। ଅନେକ ପଦବୀରେ ଏକାଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories