Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୟୁମାନ ସାଗରଙ୍କ ନଭେମ୍ବର ମାସରେ ଜନ୍ମ ନଭେମ୍ବର ମାସରେ ମୃତ୍ୟୁ ! କଣ ରହିଛି ରହସ୍ୟ ଜାଣନ୍ତୁ

ଭୁବନେଶ୍ୱର;୧୮|୧୧: ଗତକାଲି ରାତିରେ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଛି | ଅଲିଉଡ଼ ସଙ୍ଗୀତ ଜଗତରେ ଖେଳି ଯାଇଛି ଶୋକର ଛାୟା | ତାଙ୍କ ପରିବାର ସମେତ ସାରା ଓଡ଼ିଶା ଏବେ ତାଙ୍କୁ ଝୁରୁଛି | ତାଙ୍କର ସୁମଧୁର ସଙ୍ଗୀତ ମାନ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ | ତେବେ ତାଙ୍କ ମୃତ୍ୟୁକୁ ନେଇ ଏକ ଆଶ୍ଚର୍ଯ୍ୟକର ସମ୍ଭବନା ଦେଖାଯାଏ | ଯାହା ସମସ୍ତଙ୍କୁ ଚକିତ କରିଦେବ | ତେବେ ସେ ତଥ୍ୟ କଣ ତାହା ବୋଧହୁଏ କେହି ଧ୍ୟାନ ଦେଇନଥିବେ |

ଏ କଥା ତ ସମସ୍ତେ ଜାଣିଛନ୍ତି ଯେ ତାଙ୍କର ମୃତ୍ୟୁ ନଭେମ୍ବର ମାସରେ ହୋଇଛି କିନ୍ତୁ ଆପଣ ଜାଣିଛନ୍ତି କି ଯେ ତାଙ୍କର ଜନ୍ମ ମଧ୍ୟ ନଭେମ୍ବର ମାସରେ ହୋଇଥିଲା | ତାଙ୍କର ଜନ୍ମ ୧୯୯୦ ମସିହା ନଭେମ୍ବର ୨୫ରେ ହୋଇଥିଲା | ନଭେମ୍ବର ୨୫ ପୂରିବାକୁ ଆଉ ଆଠଦିନ ରହିଥିବା ବେଳେ ତା ପୂର୍ବରୁ ହ୍ୟୁମାନଙ୍କ ମୃତ୍ୟୁ ଘଟିଛି | ଯାହା ସବୁଠାରୁ ଆଶ୍ଚର୍ଯ୍ୟ କରିଛି | ଗୋଟିଏ ମାସରେ ଜନ୍ମ ଏବଂ ମୃତ୍ୟୁ ହେବା ସହିତ ବ୍ୟକ୍ତିର ବାସ୍ତବରେ କିଛି ସମ୍ପର୍କ ଥାଏ କି ? ଏଭଳି କିଛି ସମ୍ଭାବନା ଅନେକଙ୍କ ମନରେ ସୃଷ୍ଟି ହେଉଛି | ତେବେ ହ୍ୟୁମାନଙ୍କୁ ମୃତ୍ୟୁକୁ ନେଇ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି |ସେହି ମାସ ସମାନ ତାରିଖ ନଭେମ୍ବର ୧୭ରେ ସଙ୍ଗୀତ ଜଗତର ଅନ୍ୟ ଜଣେ ବିଶିଷ୍ଟ ସଙ୍ଗୀତ କଳାକାରଙ୍କର ମୃତ୍ୟୁ ଘଟିଥିଲା | ସେ ମଧ୍ୟ ଏହି ନଭେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ | ସେ ହେଉଛନ୍ତି ଲୋକପ୍ରିୟ ଆମ ସମସ୍ତଙ୍କର ପ୍ରିୟ ଅକ୍ଷୟ ମହାନ୍ତି | ସେ ଖୋକା ଭାଇ ଭାବରେ ମଧ୍ୟ ବେଶ ପରିଚିତ | ସେ ଯେପରି ତାଙ୍କ ଗୀତ ମାଧ୍ୟମରେ ସାରା ଓଡ଼ିଶାବାସୀଙ୍କ ମନରେ ଜାଗା ବନେଇଥିଲେ ଠିକ ସେହିପରି ଭାବରେ ହ୍ୟୁମାନ ସାଗର ମଧ୍ୟ ତାଙ୍କ ଗୀତ ମାଧ୍ୟମରେ ସମସ୍ତଙ୍କ ମନ କିଣିଥିଲେ | ତେବେ ଏକ ତାରିଖରେ ଦୁଇଜଣ ବିଶିଷ୍ଟ କଣ୍ଠଶିଳ୍ପୀଙ୍କର ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ବିସ୍ମିତ କରିଦେଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ