Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଏମସି ପକ୍ଷରୁ ନିଆଯାଇଛି ପଦକ୍ଷେପ, ଉଚ୍ଛେଦକୁ ନେଇ ସାଲିଆ ସାହିରେ ଦେଖାଦେଇଛି ଉତ୍ତେଜନା

ଭୁବନେଶ୍ୱର,୧୮|୧୧: ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନିଆଯାଇଛି | ସାଲିଆ ସାହି ବସ୍ତିର ଅଞ୍ଚଳରେ ଥିବା ୫୨୧ଟି ଘରକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି | ବିଏମସି ପକ୍ଷରୁ ଉଚ୍ଛେଦ କରାଯିବ ବସ୍ତିର କିଛି ଅଞ୍ଚଳ। ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଏହି ଉଚ୍ଛେଦ ପଦକ୍ଷେପ କରାଯିବ। ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ଏବଂ ପୋଲିସ ବିଭାଗକୁ ସାମିଲ କରାଯିବ। ବିଏମସି ପକ୍ଷରୁ ୬୦ଜଣିଆ ଏନଫୋର୍ସମେଣ୍ଟଟିମ୍,ଏବଂ ଶହେ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ଏହି ପ୍ରକ୍ରିୟାରେ |

ଉଚ୍ଛେଦକୁ ନେଇ ସାଲିଆ ସାହିରେ ଦେଖାଦେଇଛି ଉତ୍ତେଜନା। ଏହି ନିଷ୍ପତ୍ତିରେ କେହି ଘର ଛାଡି ଯିବାକୁ ରାଜି ନୁହନ୍ତି | ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା ମାନଙ୍କ ପାଇଁ ପୂର୍ବ ସରକାରଙ୍କ ସମୟରେ ଉତ୍କଳ ହସ୍ପିଟାଲ ପାଖ ଅଞ୍ଚଳରେ ତାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯାଇଥିଲା | କିନ୍ତୁ ସେମାନେ ସେଠାରେ ନ ରହି ସାଲିଆ ସାହିରେ ରହୁଛନ୍ତି | କିନ୍ତୁ ଏବେ ବିଏମସି ପକ୍ଷରୁ ନେଇଯାଇଥିବା ଉର୍ନ୍ନତି ମୂଳକ ପଦକ୍ଷେପକୁ ବିରୋଧ କରୁଥିବାର ଦେଖାଯାଉଛି | ଏହି ତୀବ୍ର ଉତ୍ତେଜନାକୁ ଆଖି ଆଗରେ ରଖି ୭ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ବିଏମସି ପକ୍ଷରୁ ଭଙ୍ଗାଯିବାକୁ ଥିବା ଘର ଗୁଡ଼ିକୁ ଚିହ୍ନଟ କରାହୋଇଛି।

ଗତକାଲି ଡାକବାଜି ଯନ୍ତ୍ର ଘର ଘର ବୁଲି ଏ ସମ୍ପର୍କରେ ଅବଗତ କରିଥିଲା। ନିଜ ନିଜର ଆସବାବପତ୍ର ସହିତ ମୂଲ୍ୟବାନ ଜିନିଷକୁ ବାହାର କରିବାକୁ କୁହାଯାଇଛି। ପୂର୍ବରୁ ଏହି ପ୍ରକ୍ରିୟାରେ ୧୦୦ରୁ ଉର୍ଦ୍ଧ୍ବ ଘର ଭଙ୍ଗାଯାଇଥିବା ବେଳେ ଏବେ ୫୨୧ଟି ଘର ଭାଙ୍ଗିବାକୁ ବିଏମସି ନିଷ୍ପତ୍ତି ନେଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories