ଗୌଡଗାଡ ରେ ଯେ ସି ବି ଧକ୍କାରେ କନଷ୍ଟ୍ରକସନ୍ କମାନୀର ମ୍ୟାନେଜର ମୃତ
ବୀରମହାରାଜପୁର :
ସୁୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଗୌଡଗାଡ ଠାରେ ଜେ ସି ବି ଧକ୍କାରେ ଜଣେ କନଷ୍ଟ୍ରକ୍ସନ କମ୍ପାନୀ ( ନିର୍ମାଣଧୀନ ସଂସ୍ଥା ) ମ୍ୟାନେଜର ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଚୌକା ଗ୍ରାମର ନରହରି ଭୁକ୍ତା ଙ୍କ ସାନପୁଅ ପପୁନ ଭୁକ୍ତା (୨୮) ବୋଲି ଜଣା ପଡିଛି। ସୂଚନା ଅନୁସାରେ ଅମରପାଲି ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଗୌଡଗାଡ ଦେଇ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ରାସ୍ତା କାମ ହେଉଛି। ଏଥିପାଇଁ ଗୌଡ଼ଗାଡ ଗାଁ ମୁଣ୍ଡରେ ବନ୍ଦ ହୋଇଥିବା ଏକ ଢ଼ାବା ରେ ଉକ୍ତ ନିର୍ମାଣାଧୀନ ସଂସ୍ଥା ତାହାର କ୍ୟାମ୍ପ କରିଥିଲା । ସୋମବାର କାମ ସରିଲା ପରେ କ୍ୟାମ୍ପ କୁ ସମସ୍ତେ ଆସିଥିଲେ। ଏହି ସମୟର ଉକ୍ତ ରାସ୍ତା ର କାମ ବୁଝାସୁଝା କରୁଥିବା ମ୍ୟାନେଜର ପପୁନ ଓଡି ୦୮ଜେ ୧୩୫୭ ନମ୍ବର ବିଶିଷ୍ଟ ନିଜ ବାଇକ କୁ ରଖି କ୍ୟାମ୍ପ ଆଗରେ ବାଇକ ପାଖରେ ଠିଆ ହୋଇଥିଲେ। ଏହି ସମୟର ଉକ୍ତ ରାସ୍ତା ର କାମ କରୁଥିବା ଏକ ଜେସିବି କୁ ମଧ୍ୟ ରଖିବାକୁ ଡ୍ରାଇଭର ଆଣୁଥିଲା । ଏହି ସମୟରେ ଜେସିବି ଟି ଯୋର ରେ ଧକ୍କା ଦେଇଥିଲା । ଫଳରେ ପପୁନଙ୍କ ମୁଣ୍ଡ ଓ ମୁହଁ ରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସେଠାରେ କାମ କରୁଥିବା ଅନ୍ୟ ପିଲାମାନେ ଓ ଗ୍ରାମବାସୀ ଆସି ତୁରନ୍ତ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା । ଖବର ପାଇ ହରିହର ଯୋର (ଠେଙ୍ଗୋ ଡ୍ୟାମ) ଫାଣ୍ଡି ଅଧିକାରୀ ବିଭୂନ୍ଦ୍ର ବରାଳ ତାଙ୍କ ଟିମ୍ ସହିତ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲେ। ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳକୁ ଆସିଥିଲେ । ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ଘଟାଇ ଥିବା ଜେସିବି କୁ ଧରି ଡ୍ରାଇଭର ଫେରାର ହୋଇଛି। ଜେସିବି ଟି ଚାରମାଳ ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳର ସୁନାମୁଦି ଗ୍ରାମର ବୋଲି ସେହି ନିର୍ମାଣାଧୀନ ସଂସ୍ଥା ରେ କାମ କରୁଥିବା ଅନ୍ୟ ଯୁବକ ମାନେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ବୀରମହାରାଜପୁର ଥାନାରେ ଏକ ମାମଲା କେସ ନମ୍ବର 239/25 ୠଜୁକରି ଅଧିକ ତଦନ୍ତ ଚଳାଇଥିବା ଉପଖଣ୍ଡିୟ ପୋଲିସ ଅଧିକାରୀ ହେମନ୍ତ ରାଓ କହିଥିବା ବେଳେ ଜେସିବ କୁ ଜବତ କରିଥିବା ଜଣାଯାଏ l

