ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ଧାନ ମଣ୍ଡି
ଭୁବନେଶ୍ୱର,୧୯|୧୧: କୃଷକଙ୍କ ମାନଙ୍କ ପାଇଁ ଖୁସି ଖବର | ଧାନ ଅମଳ ହେବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ମଣ୍ଡି କେବେଠାରୁ ଖୋଲିବ ସେ ଅପେକ୍ଷାରେ ରହିଛନ୍ତି | ତେବେ ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲାଯିବ | ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଧାନ ନେବା ପାଇଁ ସରକାର ଏକଦମ ପ୍ରସ୍ତୁତ ଅଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ବି ଦାୟିତ୍ୱ ଦିଆଯାଇଛି। ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀମାନଙ୍କଠାରୁ ଧାନ କିଣାଯିବ। ୩୨ଟି ମଡେଲ ମଣ୍ଡି ପାଇଁ OBCCକୁ ଟେଣ୍ଡର ଦିଆଯାଇଛି । ଏଥିପାଇଁ ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇସାରିଛନ୍ତି | ଦ୍ବିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ସମ୍ପୂର୍ଣ୍ଣ ହେବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

