ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଲୟ ର ବିଭିନ୍ନ ସମସ୍ଯା ଓ ସମାଧାନ ପାଇଁ ଏକ ଜରୁରୀ ବୈଠକ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର ସଂଧ୍ୟା ୬ଘଣ୍ଟା ସମୟରେ ଏକ ଜରୁରୀ ବୈଠକ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଅଲ୍ ଇଣ୍ଡିଆ ଲେପ୍ରା ସୋସାଇଟି ମୁଖ୍ୟ ପ୍ରଶାନ୍ତ କୁମାର ନାୟକ ଯୋଗଦେଇ ମହାନଦୀ ନେତ୍ର ଚିକିତ୍ସାଳୟ , ପଣ୍ଡାପାଲି ଠାରେ ସର୍ବସାଧାରଣଙ୍କ ପାଇଁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ସହିତ ଏହାର ବିକାଶ ଓ ଉନ୍ନତିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚିକିତ୍ସାଳୟର ବିଭିନ୍ନ ବିଭାଗ ରେ ଥିବା ସମସ୍ୟା ଓ ଏହାର ନିରାକରଣ ସଂପର୍କରେ ବିଭିନ୍ନ ଆଳାପ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅନୁଷ୍ଠାନର ଉପସଭାପତି ସୌମିତ୍ରୀ ମେହେର , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ବାସୁଦେବ ପଣ୍ଡl , ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ସତ୍ୟ ନାରାୟଣ ନାୟକ , ଜ୍ଞାନେନ୍ଦ୍ର ତ୍ରିପାଠୀ , ଚମରା ମହାକୁର ,ଏମ୍ ଏନ୍ ସି ର ଜି.ଗୋପାଲା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

