Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ରଙ୍କ ନାମରେ ମକଦ୍ଦମା; ହାଇକୋର୍ଟ ଦେଲେ ଏହି ଆଦେଶ

କଟକ;୨୦|୧୧: ବିଜେପି ଦଳର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଡ. ସୁବାସ ମହାପାତ୍ର ଏକ ନିର୍ବାଚନୀ ମକଦ୍ଦମା କରିଥିଲେ । ଏହି ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବୁଧବାର ଦିନ ଖାରଜ କରିଛନ୍ତି। ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲାରେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଏଥିସହିତ ଧର୍ମେନ୍ଦ୍ରଙ୍କ ଆବେଦନକୁ ମଧ୍ୟ ଗ୍ରହଣ କରିଛନ୍ତି। ଆବେଦନକାରୀ ଡ. ସୁବାସ ମହାପାତ୍ରଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

ସୂଚନା ମୁତାବକ, ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ମଣ୍ଡଳୀରେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ଲାଭ କରିଥିଲେ। ସେହି ଲୋକସଭା ଆସନରୁ ପରାଜିତ ହୋଇଥିବା ପ୍ରାର୍ଥୀ ଡ. ସୁବାସ ମହାପାତ୍ର ଧର୍ମେନ୍ଦ୍ରଙ୍କ ନୋମିନେଶନ୍‌କୁ ନେଇ ତ୍ରୁଟି ଦର୍ଶାଇଥିଲେ। ଏହାପରେ ତାଙ୍କ ନିର୍ବାଚନକୁ ଖାରଜ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ପ୍ରଧାନ ତାଙ୍କ ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦାଖଲ କରିଛନ୍ତି। ଏଥିସହିତ ସେ ବେଆଇନ ପଦ୍ଧତିରେ ମଧ୍ୟ ଭୋଟ ହାତେଇଥିବାରୁ ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଡ. ସୁବାସଙ୍କ ନିର୍ବାଚନୀ ମକଦ୍ଦମାରେ ସତ୍ୟତା ନ ଥିବା ଦର୍ଶାଇ ଏହାକୁ ପ୍ରାଥମିକ ପର୍ଯ୍ୟାୟରୁ ଶୁଣାଣି ନ କରି ଖାରଜ କରିବାକୁ କେନ୍ଦ୍ର ମନ୍ତ୍ରୀ ହାଇକୋର୍ଟରେ ଆବେଦନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ