Sundargarh Crime News: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ, କିଛି ଘଣ୍ଟା ମଧ୍ୟରେ ପୁଲିସର କାର୍ଯ୍ୟାନୁଷ୍ଠାନ
ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ଧରୁଆଡିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ମେଢ଼ା ଅଞ୍ଚଳର ଜଣେ ବ୍ୟକ୍ତି ନାବାଳିକାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ପରିବାରକୁ ଜଣାଇଥିବା ବେଳେ, ପରିବାର ଲୋକେ ରାତିରେ ଧରୁଆଡିହି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପୁଲିସ ପକ୍ସୋ ଆଇନ ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏତଲା ଦାଖଲ ହେବାର କିଛି ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରିଥିବା ସୂଚନା ମିଳିଛି।
ଆଜି ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

