Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାରୀରିକ ସମ୍ପର୍କ ରଖି ଧୋକା ଦେଲେ ଏୟାରଫୋର୍ସର ଯବାନ ; ଥାନାର ଦ୍ୱାରସ୍ତ ପ୍ରେମିକା

ଭୁବନେଶ୍ୱର;୨୦|୧୧: ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଛନ୍ତି ଏୟାରଫୋର୍ସର ଯବାନ |ଏହି ଅଭିଯୋଗ ଭୁବନେଶ୍ୱରର ବଡ଼ଗଡ଼ ଥାନାରେ ହୋଇଛି | ଗତକାଲି ଏହି ମାମଲାକୁ ନେଇ ଏୟାରଫୋର୍ସର ଯବାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଇଟାମାଟି ଅଞ୍ଚଳର ଗୋଲକ ବିହାରୀ ଦୀକ୍ଷିତ। ସେ ଲଦାଖରେ ଏୟାରଫୋର୍ସର ଗ୍ରାଉଣ୍ଡ୍‌ ଷ୍ଟାଫ୍‌ ଭାବରେ କାମ କରନ୍ତି। ଏହି ଅଭିଯୁକ୍ତଙ୍କୁ ପରେ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ପୀଡ଼ିତା ଯୁବତୀ ଜଣକ ୧୫ଦିନ ତଳେ ଏ ବିଷୟରେ ଏତଲା ଦେଇଥିଲେ। ପୋଲିସ ବିଏନ୍‌ଏସ୍‌ର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗୋଲକ କିଛିବର୍ଷ ହେବ ପୀଡ଼ିତାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ତାଙ୍କୁ ବିବାହର ପ୍ରତିଶୃତି ଦେଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ପୀଡ଼ିତାଙ୍କୁ ମିଛରେ ଫସାଇ ସେ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ରାତି ବିତାଉଥିଲେ। ତେବେ ଏହି ପ୍ରେମ ସମ୍ପର୍କ ଆଗକୁ ବଢ଼ିବାରୁ ପୀଡିତା କିଛିମାସ ତଳେ ତାଙ୍କୁ ବିବାହ କରିବାକୁ କହିଥିଲେ | ଏହି କଥା ଶୁଣି ଗୋଲକ ଏହାକୁ ଏଡାଇ ଦେଇଥିଲେ। ଏହାପରେ ସେ ପୀଡିତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରି ଦେଇଥିଲେ। ଗୋଲକ ଅନ୍ୟଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣିବା ପରେ ପୀଡିତ ଯୁବତୀ ଏନେଇ ଗୋଲକଙ୍କୁ ପଚାରିବାରୁ ଝଗଡା ଆରମ୍ଭ ହୋଇଥିଲା। ଗୋଲକ ତାଙ୍କୁ ଧମକ ଚମକ ଦେଇଥିଲେ। ସେ ଅନ୍ୟ କୌଣସି ଉପାୟ ନ ପାଇବାରୁ ନିଜ ପ୍ରେମିକ ନାମରେ ଥାନାରେ ଏତଲା ଦେଇଥିଲେ ।

ତେବେ ଗୋଲକ କିଛିଦିନ ହେବ ଛୁଟିରେ ଓଡ଼ିଶା ଆସିଥିଲେ। ମୋବାଇଲ ଲୋକେଶନ୍‌ ଟ୍ରାକିଂରୁ ସେ ଭୁବନେଶ୍ୱରରେ ଥିବା ଜଣାପଡିଥିଲା। ଏପରିକି ସେ ଲଦାଖ ଯିବାକୁ ପ୍ରସ୍ତୁତି ଚଳାଇଥିଲେ। ପୋଲିସ ଟିମ୍‌ ତାଙ୍କୁ ମାର୍କେଟ ବିଲ୍ଡିଂ ଅଞ୍ଚଳରୁ କାବୁ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ