ବନ୍ଧୁକ ଦେଖାଇ କଲେ ଲୁଟ; ୩ ଲକ୍ଷରୁ ଅଧିକ ଟଙ୍କା ନେଇ ଦୁର୍ବୁତ୍ତ ଫେରାର
ସୁନ୍ଦରଗଡ଼,୨୦|୧୧: ସୁନ୍ଦରଗଡ଼ ଅନ୍ତର୍ଗତ କୋଇଡା ଥାନା ନିକଟସ୍ଥ ବ୍ଲକ୍ ଛକ ରାସ୍ତା କଡ଼ରେ ଥିବା ବେସରକାରୀ ପରିବହନ କାର୍ଯ୍ୟାଳୟରରେ ଲୁଟ ହୋଇଛି | ସୂଚନା ଅନୁସାରେ ବନ୍ଧୁକର ଭୟ ଦେଖାଇ ଲୁଟ କରିଛନ୍ତି ଦୁର୍ବୁତ୍ତ | ପରିବହନ କାର୍ଯ୍ୟାଳୟ ଭିତରକୁ ହଠାତ ପଶି ଆସିଥିଲେ ମୁଖା ପିନ୍ଧା ଦୁର୍ବୁତ୍ତ | ସୂଚନା ଅନୁସାରେ, ବନ୍ଧୁକର ଭୟ ଦେଖାଇ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛନ୍ତି ଦୁର୍ବୁତ୍ତ ମାନେ | ଦୁର୍ବୁତ୍ତ ମାନଙ୍କୁ ପୋଲିସ୍ ପେଟ୍ରୋଲିଂ ଗାଡ଼ି ଅଟକାଇବା ପାଇଁ ଚେଷ୍ଟା କରିଥିଲା ବେଳେ ଗାଡ଼ି ଚାଳକ ଉପରେ ଦୁର୍ବୃତ୍ତ ମାନେ ଗାଡ଼ି ଚଢାଇ ଫେରାର ହୋଇ ଯାଇଛନ୍ତି |
ସୂଚନା ଅନୁସାରେ, ରାତି ୧୨ ଟା ପାଖାପାଖି ରେ ୭ ରୁ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପରିବହନ କାର୍ଯ୍ୟାଳୟ ଭିତରକୁ ପଶିଥିଲେ | ଏବଂ ପରେ କାର୍ଯ୍ୟାଳୟରେ ଥିବା ଚାରିଜଣ କର୍ମଚାରୀଙ୍କୁ ବନ୍ଧୁକର ଭୟ ଦେଖାଇ କାବୁ କରି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି | ଘଟଣାସ୍ଥଳରେ କୋଇଡା ଥାନା ପୋଲିସ ପହଞ୍ଚି ସିସିଟିଭି ଭିଡିଓ ସଂଗ୍ରହ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି |

