Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦରେ ବଢିବ ପର୍ଯ୍ୟଟକଙ୍କ ସଂଖ୍ୟା; ଜଳ ଭଣ୍ଡାରରେ ଚାଲିବ ହାଉସବୋଟ

ଭୁବନେଶ୍ୱର,୨୦|୧୧: ହୀରାକୁଦକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଆଯାଇଛି ଭିନ୍ନ ପଦକ୍ଷେପ | ହୀରାକୁଦରେ ବିରାଟ ହୋଟେଲ ଗୁଡିକର ହେବ ନିର୍ମାଣ | ତେବେ ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଏନଓସି ମିଳିଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ହୋଟେଲ ବ୍ୟବସାୟୀ ଆବେଦନ କରିଛନ୍ତି । ଜଳ ଭଣ୍ଡାରରେ କ୍ରୁଜ୍ ଚଳାଚଳ, କ୍ରୁଜ୍ ଟର୍ମିନାଲ ନିର୍ମାଣ, ଲେଜର ମ୍ୟୁଜିକ ସୋ, ଆରାଇଭାଲ୍ ପ୍ଲାଜା, ଡ୍ୟାମ୍ ମ୍ୟୁଜିଅମ ଆଦି ତିଆରି ହେବ | ଏନେଇ ଜଳ ସମ୍ପଦ ବିଭାଗ, ପର୍ଯ୍ୟଟନ ବିଭାଗକୁ ଏନଓସି ଦେଇଛି | ଝାଙ୍କରାଣୀ ମନ୍ଦିର ପଛଭାଗରେ ରହିଥିବା ଜମିରେ ଲେଜର ମ୍ୟୁଜିକ ସୋ’ ହେବାର ରହିଛି | ଏବଂ ରାଇଟ ଡାଇକ ଡାହାଣ ପାର୍ଶ୍ବରେ କ୍ଲୁଜ୍ ଟର୍ମିନାଲ ନିର୍ମାଣ ପାଇଁ ଅନୁମତି ମଧ୍ୟ ମିଳିଛି । ସେହିପରି ବୁର୍ଲା ଓଏଚପିସି ଏବଂ ବୁର୍ଲା ପାୱାର ହାଉସ ନିକଟରେ ଆରାଇଭାଲ ପ୍ଲାଜା ନିର୍ମାଣ ପାଇଁ ଅନୁମତି ମିଳି ସାରିଛି।

ହୀରାକୁଦ ଜଳ ଭଣ୍ଡାରରେ ବିକାଶ ଗୃପ କମ୍ପାନୀ ଦ୍ୱାରା ହାଉସବୋଟ ଚଲାଯିବାର ରହିଛି । ବିକାଶ ବେଫ୍ରଣ୍ଟ ରିଟ୍ରିଟ୍ ଫ୍ଲାଇଭେଟ ଲିମିଟେଡକୁ ଅନୁମତି ଦେଲା ପର୍ଯ୍ୟଟନ ବିଭାଗ । ଡ୍ୟାମରେ ହାଉସବୋଟ ଚଳାଚଳ ପାଇଁ ସମ୍ପୃକ୍ତ କମ୍ପାନୀକୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ କୁ କମିଟି ଅନୁମୋଦନ କରିଛି । ୱାଟର ସ୍ପୋର୍ଟ୍ସ ଓ ଜେଟସ୍କି ପାଇଁ ମଧ୍ୟ ସିଙ୍ଗିଲ ୱିଣ୍ଡୋ ମାଧ୍ୟମରେ ମୁରଲୀ କ୍ରୀଷ୍ଣାଙ୍କ କମ୍ପାନୀ ଆବେଦନ କରିଥିଲା। କେବଳ ହାଉସ ବୋଟ ପାଇଁ ଅନୁମତି ମିଳିଛି । ୨୦୨୨ ଟୁରିଜିମ ପଲିସି ଅନୁସାରେ କମ୍ପାନୀକୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରିବ ପର୍ଯ୍ୟଟନ ବିଭାଗ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ