ସରକାରୀ ଓ ଗୋଚର ଜମି ଉଚ୍ଛେଦ ଦାବିରେ ତହସିଲ ଘେରାଉ କଲେ ହିଲୁଙ୍ଗ ଗ୍ରାମବାସୀ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ତହସିଲ ଅନ୍ତର୍ଗତ ହିଲୁଙ୍ଗ ଗ୍ରାମର ସରକାରୀ ଓ ଗୋଚର୍ ଜମି କୁ କିଛି ଅସାମାଜିକ ଲୋକ ବେଆଇନ୍ ଭାବେ ଯୋରଜବରଦସ୍ତ ଦଖଲ କରିଥିବାରୁ ଗାଆଁ ଲୋକେ ଯା ଆସ କରିବାରେ ଅସୁବିଧାର ସମ୍ମଖୀନ ହେଉଥିବା ଅଭିଯୋଗ କରିଛନ୍ତି l ଏହି ଜବରଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ଗୁରୁବାର ଗାଆଁ ର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଲୋକ ତହସିଲ ଅଫିସ ଘେରାଉ କରିବା ସହ ବିଭିନ୍ନ ସ୍ଲୋଗାନ ଓ ନlରା ବାଜି ଦେଇ ଥିଲେ l ସେମାନଙ୍କ ଅଭିଯୋଗ ଏହି ଯେ ହିଲୁଙ୍ଗମୌଜା ଗ୍ରାମର ହନୁମାନ ମନ୍ଦିର ଓ ସନିଦେବ ଙ୍କ ମନ୍ଦିର ପାଖ ଗୋଚର୍ ଜମି ରେ କିଛି ଅସାମାଜିକ ଲୋକ ଜବରଦଖଲ କରିଥିବାରୁ ଗାଆଁ ର ଗୋରୁ ଗାଈ, ଖାଦ୍ୟପାଇଁ ଚରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଓ ଗାଈ ଗୋରୁଙ୍କ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି l ତେଣୁ ଗାଆଁ ର ଗୋଚର ଜମି କୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଆଜି ଗ୍ରାମବାସୀ ଏକଜୁଟ ହୋଇ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଆସି ତହସିଲଦlର ସୁଚିସ୍ମିତା ପାଣଗ୍ରାହୀ ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି , ଏକ ମାସ ଭିତରେ ଜବରଦଖଲ ଉଚ୍ଛେଦ ନ କଲେ ଆଗମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଳି କହିଥିଲେ l ଫଳରେ ତହସିଲଦାର ତଦନ୍ତ କରାଯିବ, ଯଦି ବେଆଇନ୍ ଭାବେ କେହି ଗୋଚର ଜମି ଜବରଦଖଲ କରିଥିବେ ତାହେଲେ ସରକାରଙ୍କ ନିୟମ ଅନୁଯାୟୀ ଉଛେଦ୍ କରାଯିବ ବୋଲି ପ୍ରତଶ୍ରୁତି ପରେ ଆନ୍ଦୋଳନକାରୀ ମାନେ ଘେରାଉ ରୁ ଓହରିଗଲେ l

