Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ ଦିନରେ ନୁହେଁ ବରଂ ୩ ଦିନରେ ସରିଲା ସାଲିଆ ସାହି ବସ୍ତି ଉଚ୍ଛେଦ; ମାଟିରେ ମିଶିଲା ବସ୍ତିବାସୀନ୍ଦାଙ୍କ ଘର

ଭୁବନେଶ୍ୱର;୨୧|୧୧: ହାଇଲାଇଟରେ ଏବେ ଭୁବନେଶ୍ୱରର ସାଲିଆ ସାହି ବସ୍ତି ମାମଲା | ସୂଚନା ଅନୁଯାଇ ଏହାର ଉଚ୍ଛେଦ କାମ ଏବେ ସରିଛି | ଟାର୍ଗେଟରେ ରଖିଥିଲେ ୭ ଦିନ କିନ୍ତୁ ଏହି କାମ ୩ ଦିନରେ ସମ୍ପର୍ଣ୍ଣ ହୋଇଛି | ଏଠି ଉଚ୍ଛେଦ କାମ ସାରିବା ପରେ ସେପଟେ ଡ୍ରେନ ନିର୍ମାଣ କାମ ଆରମ୍ଭ ହୋଇଛି | ଉଚ୍ଛେଦ ପରେ ପ୍ରଶାସନ ଆଗରୁ ରହି ଆସିଥିବା ବଲ୍ ପଡିଆରେ ଜୋରଜବରଦସ୍ତ ଅକ୍ତିଆର କରିଥିବା ବସ୍ତି ବାସିନ୍ଦାମାନଙ୍କୁ ହଟାଇବାରେ ସଫଳ ହୋଇଛି | ଏହି ମାମଲାକୁ ନେଇ ବିଏମ୍ସି କମିଶନର କହିଛନ୍ତି ଯେ , ଉଛେଦ ପାଇଁ ୫୫୪ ଟି ଘରକୁ ଚିହ୍ନଟ କରାଯାଇଥିଲା , ଯାହା ଏବେ ସଂପୂର୍ଣ୍ଣ ହୋଇଛି | ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ |

ଦୀର୍ଘଦିନ ଧରି ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଏହି ନିଷ୍ପତ୍ତି କଷ୍ଟ ଦେଇଛି |କାରଣ ହଠାତ ଉଛେଦ ପ୍ରକ୍ରିୟା ଆରମ୍ଭ କରାଗଲେ ସେମାନେ ରହିବେ ପୁଣି କେଉଁଠାରେ| ତେବେ ଏ ବାବଦରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଯେ, ସାଲିଆ ସାହିର ବସ୍ତି ଉଚ୍ଛେଦ ନେଇ ବିଏମସି କମିଶନରଙ୍କ ସହିତ କଥା ହୋଇଥିଲେ। ରାଜ୍ୟରେ ଦୀର୍ଘ ବର୍ଷ ହେଲା ଆଦିବାସୀ ମାନେ ବସବାସ କରି ଆସୁଛନ୍ତି । ସେମାନଙ୍କ ପଟା ପାଇବାର ହକ ଥିଲା। ବିଜେପି ସରକାରରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ପଟା ଦେବା ପରିବର୍ତ୍ତେ ବସ୍ତି ବାସିନ୍ଦାଙ୍କୁ ଜୋର ଜବରଦସ୍ତ କରି ଉଛେଦ କରୁଛନ୍ତି।

ବିକାଶ ପାଇଁ ଉଛେଦ କରୁଛନ୍ତି କରନ୍ତୁ କିଛି ଅସୁବିଧା ନାହିଁ । କିନ୍ତୁ ଜମି ଅଧିଗ୍ରହଣ ଏବଂ କ୍ଷତି ପୂରଣ ଦିଅନ୍ତୁ ଅବା ପଟ୍ଟା କରନ୍ତୁ | ଯିଏ ନିୟମ ଅନୁସାରେ ତଥ୍ୟ ଦେବେ ସେହି ଅନୁସାରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରାଯିବ ବୋଲି ବିଏମସି କମିଶନର ପ୍ରତିଶ୍ରୁତି ଦେଇଛନ୍ତି। କମିଶନର ୩ ଦିନ ସମୟ ମାଗିଛନ୍ତି। ସଭିଙ୍କୁ ସମ୍ପୂର୍ଣ୍ଣ ଥଇଥାନ କରିବା ନେଇ ବିଏମସି କମିଶନର କହିଥିବା ଭକ୍ତ ଦାସ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ