Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟାହ୍ନଭୋଜନ ଚାଉଳ ଚୋରିରେ ଧରାପଡ଼ିଲେ ପ୍ରଧାନଶିକ୍ଷକ

କନ୍ଧମାଳ;୨୧|୧୧: ସରକାରୀ ବିଦ୍ୟାଳୟରେ ଚାଲିଛି ବଡ କେଳେଙ୍କାରୀ | ସରକାର ପିଲାଙ୍କ ପାଇଁ ଦେଉଥିବା ମଧ୍ୟାହ୍ନଭୋଜନ ଚାଉଳ ପ୍ରଧାନଶିକ୍ଷକ କରିଛନ୍ତି ଅକ୍ତିଆର | ଏବେ ଗ୍ରାମବାସୀ ଏବଂ ପୋଲିସ ଘେରରେ ପ୍ରଧାନଶିକ୍ଷକ | ଚୋରି ଅଭିଯୋଗ, ପ୍ରଧାନଶିକ୍ଷକଙ୍କୁ ପୁଲିସ ଜିମା ଦେଲେ ଗ୍ରାମବାସୀ । ଏହି ଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ମୁଣ୍ଡିଗଡ଼ ଗ୍ରାମରେ | ମୁଣ୍ଡିଗଡ଼ ସରକାରୀ ବିଦ୍ୟାଳୟରୁ ଚାଉଳ ଚୋରି ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ରାତିଅଧରେ ପ୍ରଧାନଶିକ୍ଷକ ଗୌତମ ବଡ଼ସେଠ ଏକ ଅଟୋରେ ୬ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ନେଉଥିଲେ | ସେହି ସମୟରେ ଗ୍ରାମବାସୀ ତାଙ୍କୁ ଘେରି ଯାଇ ପୁଲିସ ଜିମା ଦେଇଛନ୍ତି ।

ରାତିରେ ପ୍ରଧାନଶିକ୍ଷକ ଏକ ଅଟୋ ଡକାଇ ସେଥିରେ ୬ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ନେଉଥିଲେ । ଏତିକି ବେଳେ ଗାଁଲୋକେ ପ୍ରଧାନଶିକ୍ଷକଙ୍କୁ କାବୁ କରି ଉଚ୍ଚ ପ୍ରାଥମିକ ସ୍କୁଲର ଚାଉଳ କୁଆଡ଼େ ନେଉଛ ବୋଲି ପ୍ରଶ୍ନ କରିଥିଲେ ।

ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଘଟଣାସ୍ଥଳରେ କିଛି ସମୟ ଯୁକ୍ତିତର୍କ ଚାଲିବା ପରେ ତୁମୁଡ଼ିବନ୍ଧ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ । ପୁଲିସ ପହଁଚିବା ପରେ ଗ୍ରାମବାସୀ ଚାଉଳ ବୋଝେଇ ଅଟୋ ସହ ପ୍ରଧାନଶିକ୍ଷକଙ୍କୁ ପୁଲିସ ଜିମା ଦେଇଥିଲେ। ଏଭଳି ଏକ ଘଟଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ