Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଟିଂ ସେଟ୍‌ରେ ଆହତ ହେଲେ ଅନୁପମ ଖେର

ମୁମ୍ବାଇ: ‘ଦ କାଶ୍ମୀର ଫାଇଲ୍ସ’ ଅଭିନେତା ଅନୁପମ ଖେର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବିଜୟ ୬୯’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସୂଚନା ଅନୁଯାୟୀ ଅନୁପମ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ଅଭିନେତା ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ଡାହାଣ ହାତରେ ଏକ ସ୍ଲିଙ୍ଗ୍ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ସେ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଛନ୍ତି। ଏଥିରେ ସେ କେଉଁଠାରେ ଓ କିପରି ଆଘାତ ପାଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅନୁପମ ଖେର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ତୁମେ ଏକ ସ୍ପୋର୍ଟସ ଫିଲ୍ମରେ ଅଭିନୟ କରିବ ଆଉ ତୁମକୁ ଆଘାତ ଲାଗିବନି ଏହା କିପରି ସମ୍ଭବ? ଗତକାଲି ବିଜୟ ୬୯ର ସୁଟିଂ ସମୟରେ ମୋର କାନ୍ଧରେ ଗଭୀର ଆଘାତ ଲାଗିଥିଲା ବୋଲି କହିଥିଲେ । ଏବେ ବି ସେ କିଛି ମାତ୍ରାରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି ଅନୁପମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ