Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିରl ରାଜ୍ୟ ସ୍ତରୀୟ ସୁଧୀର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିବସ ରେ ବ୍ରହ୍ମଗିରି – ପୁରୀ କୁ ହରାଇ ଶାନ୍ତାପୁର-କେନ୍ଦ୍ରାପଡା ସେମି ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ରେ ସ୍ଥାନୀୟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ହେଉଥିବା ରାଜ୍ୟ ସ୍ତରୀୟ ସୁଧୀର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ( କମିରା କ୍ରିକେଟ କପ୍) ର ଶୁକ୍ରବାର ଥିଲା ତୃତୀୟ ଦିବସ। ଶୁକ୍ରବାର ଦିନ ବ୍ରହ୍ମଗିରୀ ଏକାଦଶ (ପୁରୀ) ଓ ଡିସିସି ଶାନ୍ତାପୁର ( କେନ୍ଦ୍ରାପଡା) ମଧ୍ୟରେ ହୋଇଥିଲା । ଏଥିରେ ବ୍ରହ୍ମଗିରୀ ଟସ ଜିଣି କେନ୍ଦ୍ରାପଡ଼ା କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୯ ଉଇକେଟ ହରାଇ ୧୩୩ ରନ କରିଥିଲା। ଦଳର ରାଜେଶ ସାମନ୍ତରାଏ ୩୬ ରନ ଓ ସନ୍ତୋଷ ମହାପାତ୍ର ୨୯ ରନ କରିଥିଲେ। ବିପକ୍ଷ ବ୍ରହ୍ମଗିରୀ ର ଅନୀଲ ପ୍ରଧାନ ୩ଟି ଓ ନବୀନ ବଳିୟାର ସିଂ ୨ ଟି ଉଇକେଟ ନେଇଥିଲେ। ଜବାବରେ ବ୍ରହ୍ମଗିରୀ ଦଳ ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୦ ରନ କରି ପରାସ୍ତ ହୋଇଥିଲା। ଦଳର ଅନୀଲ କୁମାର ପ୍ରଧାନ ୩୨ ରନ ଓ ସନ୍ତୋଷ ପାତ୍ର ୩୫ ରନ କରିଥିଲେ। ବିପକ୍ଷ କେନ୍ଦ୍ରାପଡ଼ା ର ଲକ୍ଷ୍ମୀକାନ୍ତ ନନ୍ଦ ୩ ଟି ଓ ଜୟ ପ୍ରକାଶ ଭୂୟାଁ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଏହି ବିଜୟ ସହିତ କେନ୍ଦ୍ରାପଡ଼ା ଦଳ ସେମିଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ କମିରା ଗ୍ରାମର ଗୌନ୍ତିଆ ଗଜେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଏବଂ କ୍ରୀଡାବିତ କାଳିଆ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡ଼ା ଦଳର ଅନୀଲ କୁମାର ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚଟି ରେ ଶ୍ରୀବନ୍ତ ନାଏକ ଓ ସୁବାଷ ଭଏନ ଅମ୍ପାୟାର, ପ୍ରଜେଶ ମହାକୁର ସ୍କୋରର ଏବଂ ସଚିନ ପ୍ରଧାନ ଓ ବୁଦ୍ଧଦେବ ମହାରଣା ଧାରାବିବରଣୀ ପ୍ରଦାନ କରିଥିଲେ। ଶନିବାର ଦିନ ପ୍ରଥମ ମ୍ୟାଚ୍ ଟି ଇମେଜ -୧୧ ଭଦ୍ରକ ଓ ସୁହନୀ -୧୧ ୱେଷ୍ଟବେଙ୍ଗଲ ମଧ୍ୟରେ ହେବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଏବଂ ଶୁକ୍ରବାର ର ବିଜେତା କେନ୍ଦ୍ରାପଡା ମଧ୍ୟରେ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ