Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ଓ ସାବତ ମାଆକୁ ଅତି ନିର୍ମମ ଭାବେ ଛୁରୀରେ ହାଣିଲା ପୁଅ

କଟକ, ୨୨।୧୧ : କଟକରେ ଏକ ବର୍ବର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି।ଏହି ହତ୍ୟାକାଣ୍ଡ ଘଟିଛି କଟକ ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ | ବାପା ଓ ସାବତ ମାଆକୁ ନିର୍ମମ ଭାବେ ହତ୍ୟା କରିଛି ପୁଅ। ବର୍ବର ହତ୍ୟା କାଣ୍ଡ ଘଟାଇବା ପରେ ସ୍ତ୍ରୀକୁ ଫୋନ ଦ୍ୱାରା କହିଲା ସବୁକଥା। କଟକ ଓଲ୍ଡ ଜେଲ୍ କଲୋନୀରେ ଦୀପକ କୁମାର ଦାସ ଓ ତାଙ୍କ ପତ୍ନୀ ରିତାରାଣୀ ଦାସ ରହିଆସୁଥିଲେ। ପୂର୍ବରୁ ଜମିବାଡି ମାମଲାକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ଆସୁଥିଲା |

ତେବେ ଗତକାଲି ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ପୁଅ ଆଲୋକ ଧାରୁଆ ଛୁରୀରେ ପ୍ରଥମେ ସାବତ ମାଆକୁ ହତ୍ୟା କରିଥିଲେ ଏବଂ ପରେ ବାପା ଘରେ ପହଂଚିବା କ୍ଷଣି ତାଙ୍କୁ ମଧ୍ୟ ନୃଶଂସ ଭାବେ ହତ୍ୟା କରିଥିଲା। ଘଟଣାସ୍ଥଳରେ ଦରଘାବଜାର ପୋଲିସ ଓ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁଇ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ବୋଲି ପୋଲିସ କହିଛି। ଏପଟେ ହତ୍ୟାକାରୀ ପୁଅକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ