Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରଛାତ୍ରୀ ଙ୍କୁ ନେଇ ଆସୁଥିବା ଘରୋଇ ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ନୂଆପଡା ବାଉସନାଲା ରେ ଶୁକ୍ରବାର ଏକ ଟାଟା ଏସି ଗାଡି, OR 24B7744 ବୀରମହାରାଜପୁର ବିବେକା ନନ୍ଦ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କୁ ନେଉଥିବା ସମୟରେ ଭାରସାମ୍ୟ ହରାଇ ଧାନବିଲ ଭିତରକୁ ପଶି ଲେଉଟି ପଡ଼ିଥିଲା l ଫଳରେ ଗାଡ଼ିରେ ବସିଥିବା ଛାତ୍ର ଛାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ବେଳେ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବଞ୍ଚି ଯାଇଥିଲେ l ଗାଡ଼ି ର ଆଗ କାଚ ଭାଙ୍ଗି ଚୂର୍ମାର୍ ହୋଇଯାଇଥିଲା l ଖବରପାଇ ଛାତ୍ର ଛାତ୍ରୀ ମାନଙ୍କ ସୁବଳୟା ଗ୍ରାମର ତ୍ରିଲୋଚନ ମେହେର ଓ ଗୋବିନ୍ଦ ପୁର ଗ୍ରାମର ୱାର୍ଡମେମ୍ବର ପ୍ରଶାନ୍ତ ସାହୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧାର କରିଥିବା ବେଳେ ଖବର ପାଇ ସୁବଳୟା ପୋଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଚଳାଇଥିବା ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ