ଭିଜିଲାନ୍ସ ଜାଲରେ ସବ ଟ୍ରେଜେରୀ ସିନିୟର କ୍ଲର୍କ; ୬୮ ଲକ୍ଷ ୮୫ ହଜାର ଟଙ୍କା ହଡପ ଅଭିଯୋଗ
ଭୁବନେଶ୍ୱର,୨୨|୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍ର ସିନିୟର କ୍ଲର୍କ | ଏହି ସିନିୟର କ୍ଲର୍କ ହେଉଛନ୍ତି ମନୋରଞ୍ଜନ ସାହୁ । ସିନିୟର କ୍ଲର୍କଙ୍କ ନାମରେ ୬୮ ଲକ୍ଷ ୮୫ ହଜାର ଟଙ୍କା ହଡପ ଅଭିଯୋଗ ହୋଇଥିଲା ।।
ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍ରେ କ୍ଲର୍କ ଥିବା ସମୟରେ ଲୋକଙ୍କର ଲକ୍ଷ ଲକ୍ଷ ପେନ୍ସନ୍ ଟଙ୍କା ହଡପ କରିଥିଲେ | ଅଭିଯୋଗ ପାଇବା ପରେ ସରକାର ଏହି ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ହସ୍ତାନ୍ତର କରିଥିଲେ । ଅଭିଯୋଗ ପରେ ମନୋରଞ୍ଜନ ସାହୁ ଦୀର୍ଘ ଦିନ ଧରି ଫେରାର୍ ଥିଲେ । ଗତକାଲି ରାତିରେ ତାଙ୍କ ଗାଁ ପାଖରୁ ଭିଜିଲାନ୍ସ ମନୋରଞ୍ଜନଙ୍କୁ ଗିରଫ କରିଛି । ଆଜି ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ୍ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

