Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଚସ୍ପତି ପଦ ପାଇଁ କିଏ ହେବେ ଯୋଗ୍ୟ?

ଭୁବନେଶ୍ୱର: ଆଜି ଶପଥ ନେଇଛନ୍ତି ରାଜ୍ୟର ତିନି ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳଙ୍କ ଉପସ୍ଥିତିରେ ଶପଥପାଠ କରିଛନ୍ତି ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଦାମ ମାର୍ଣ୍ଡି। ତିନି ମନ୍ତ୍ରୀଙ୍କୁ ବିଭାଗ ଦାୟିତ୍ବ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ‌ହେଲେ ବାଚସ୍ପତି ପଦ ଏବେ ବି ଖାଲି ରହିଛି। କିଏ ହେବ ବାଚସ୍ପତି ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ମିଳିଥିବା ବେଳେ ଶାରଦା ନାୟକଙ୍କୁ ମିଳିଛି ଶ୍ରମ ବିଭାଗ ଦାୟିତ୍ବ। ସେହିପରି ସୁଦାମ ମାର୍ଣ୍ଡିଙ୍କୁ ମିଳିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ।

ବିକ୍ରମ ଆରୁଖ ବ୍ୟକ୍ତିଗତ କାରଣ ଦର୍ଶାଇ ମେ ୧୨ରେ ପଦରୁ ଇସ୍ତଫା ଦେଇଥିଲେ। ତେବେ ସେ ମନ୍ତ୍ରୀମଣ୍ଡଳକୁ ଫେରିବା ଏକପ୍ରକାର ସୁନିଶ୍ଚିତ ଥିଲା। ଏବେ ସେ ରାଜ୍ୟ ଅର୍ଥ ବିଭାଗ ଦାୟିତ୍ବରେ ଅଛନ୍ତି।

ସୂଚନାନୁସାରେ, ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ମିଶ୍ର, ଅମର ପ୍ରସାଦ ଶତପଥୀ ଏବଂ ବଦ୍ରି ନାରାୟଣ ପାତ୍ର ବାଚସ୍ପତି ପଦ ପାଇଁ ଦୌଡରେ ଆଗୁଆ ଥିବା ଜଣାପଡ଼ିଛି। ସ୍ନେହାଙ୍ଗିନି ଛୁରିଆଙ୍କ ନାଁ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ