୫ ଘଣ୍ଟା ବନ୍ଦ ରହିବ ରେଳ ସେବା
ନୂଆଦିଲ୍ଲୀ: ଦିଲ୍ଲୀ ପିଆରଏସ (ଯାତ୍ରୀ ସଂରକ୍ଷଣ ପ୍ରଣାଳୀ) ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ଭାରତୀୟ ରେଳବାଇ ଘୋଷଣା କରିଛି। ଏହି ସମୟରେ ପ୍ରାୟ ସମସ୍ତ ଟିକେଟିଂ ସେବା ବନ୍ଦ ରହିବ। ତେବେ ଏହା ଏକ ବୈଷୟିକ ଉନ୍ନତିକରଣର ଆବଶ୍ୟକୀୟ ଅଂଶ ଓ ଯାତ୍ରୀମାନଙ୍କୁ ଅସୁବିଧାକୁ କମ କରିବା ପାଇଁ ଏହି ସମୟରେ ସମସ୍ତ କାର୍ଯ୍ୟ କରାଯାଇଥିବା ନେଇ କୁହାଯାଇଛି।
ସେହି ପାଞ୍ଚ ଘଣ୍ଟା ସମୟ ମଧ୍ୟରେ ଯାତ୍ରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ସେବାରୁ ବଞ୍ଚିତ ରହିବେ ଯେପରିକି ଟିକେଟ ବୁକିଂ, ଟିକେଟ ବାତିଲକରଣ, ତତ୍କାଳ ବୁକିଂ, ଇଣ୍ଟରନେଟ୍ ଟିକେଟ ବୁକିଂ (ଆଇଆରସିଟିସି ମାଧ୍ୟମରେ), ଚାର୍ଟ ପ୍ରସ୍ତୁତି ଏବଂ ସଂରକ୍ଷଣ-ସମ୍ବନ୍ଧୀୟ ଅନୁସନ୍ଧାନ ସେବା ଅନ୍ତର୍ଭୁକ୍ତ ରହିବା। ଏଥିସହିତ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟରେ ସମସ୍ତ ସେବା ବନ୍ଦ ରହିବ।
ରେଳବାଇର ସଂରକ୍ଷିତ ଏବଂ ଅଣସଂରକ୍ଷିତ ଟିକେଟ୍ ବ୍ୟବସ୍ଥା PRS ସିଷ୍ଟମ୍ ଦ୍ଵାରା କରାଯାଇଥାଏ। ଏହି ପୁରୁଣା କୋର ସ୍ୱିଚ୍ ବଦଳାଇ ନୂତନ ସିଷ୍ଟମ୍ ସ୍ଥାପନ କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହା ଯାଇଛି। ବର୍ତ୍ତମାନ୍ ବର୍ଦ୍ଧିତ ଡିଜିଟାଲ୍ ଟ୍ରାଫିକ୍ ଏବଂ ଅପଡେଟ ପ୍ରଯୁକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତ୍ତି ନିଆଯାଇଥିବା ନେଇ ରେଳବାଇ ତରଫରୁ କୁହାଯାଇଛି।
ତେବେ ଏହି ଅପଗ୍ରେଡ୍ ରାତି ୧୧.୪୫ ରୁ ୪.୪୫ ମଧ୍ୟରେ ସ୍ଥିର କରାଯାଇଅଛି। କାରଣ ଏହି ସମୟରେ ଟିକେଟ ସମ୍ବଧିତ କାରବାର କମ ହୋଇଥାଏ ଓ ଲୋକମାନଙ୍କ ଯାତ୍ରା କାଳୀନ କାର୍ଯ୍ୟକଳାପ ଅପେକ୍ଷାକୃତ ସର୍ବନିମ୍ନ ଥାଏ। ତେଣୁ ଏହି ସମୟ ମଧ୍ୟରେ ଯାତ୍ରୀ ମାନଙ୍କୁ ବିଶେଷ ସତର୍କ ରହିବାକୁ ରେଳବାଇ ତରଫରୁ କୁହାଯାଇଛି।

